ହିନ୍ଦୁତ୍ୱ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ନୁହେଁ ଏହା ଆମ ରାଷ୍ଟ୍ରୀୟତାର ପ୍ରତୀକ : ମୋହନ ଭାଗବତ
1 min read
ଅନୁଗୁଳ: ‘ହିନ୍ଦୁତ୍ୱ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ବୁଝାଏ ନାହିଁ ଏବଂ ଏହା ଆମ ରାଷ୍ଟ୍ରୀୟତାର ପ୍ରତୀକ ବୋଲି କହିଛନ୍ତି ସଂଘର ଭାରତୀୟ ମୁଖ୍ୟ ସର ସଂଘ ଚାଳକ ଡକ୍ଟର ମୋହନ ରାଓ ଭାଗବତ। ସେ କହିଥିଲେ ଯେ ସବୁ ଧର୍ମ, ବର୍ଣ୍ଣ, ଜାତି ଓ ବିଚାରକୁ ସମ୍ମାନ ଦେବା ତଥା ଏକତା ସୂତ୍ରରେ ବାନ୍ଧି ରଖିବା ହେଉଛି ହିନ୍ଦୁତ୍ୱ। ବିବିଧତା ଭିତରେ ଏକତା ଆମ ଦେଶର ପରିଚୟ ହୋଇଥିବା ବେଳେ ଏହାକୁ ଯୋଡ଼ି ରଖିବାର ମନ୍ତ୍ର ଶିଖାଏ ହିନ୍ଦୁତ୍ୱ। ସନାତନ କାଳରୁ ଏଭଳି ବିବିଧତାକୁ ହିନ୍ଦୁତ୍ୱ ଯୋଡ଼ି ଆସୁଛି।’ ବୋଲି ଅନୁଗୁଳରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦୁଇ ଦିନିଆ ସମ୍ମିଳନୀରେ ଡକ୍ଟର ଭାଗବତ ବ୍ୟକ୍ତ କରିଥିଲେ |
ଏହି ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରଫୁଲ୍ଲ କୁମାର ତ୍ରିପାଠୀ କହିଲେ, ଆମ ସଂସ୍କୃତି ନାସ୍ତିକତା ମଧ୍ୟରେ ଆସ୍ତିକତାକୁ ଖୋଜେ। ସେହି ମହାନ୍ ପରାମ୍ପରାରେ ଉଦ୍ବୁଦ୍ଧ ହୋଇ ସ୍ୱୟଂ ସେବକମାନେ ଯେଭଳି ଭାରତମାତାର ସେବା କରୁଛନ୍ତି, ତାହା ବଜାୟ ରହୁ ବୋଲି କହିଥିଲେ। ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ଙ୍କ ସମେତ ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡା, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଅନନ୍ତ ନାଏକ, ବିଜେପି ନେତା ମୋହନ ମାଝି, ପୃଥୀରାଜ ହରିଚନ୍ଦନ, ଦିଲ୍ଲୀପ ମଲ୍ଲିକ, କାଳିନ୍ଦୀ ସାମଲଙ୍କ ସମେତ ଅନ୍ୟ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।