ଜାତୀୟ

କଶ୍ମୀରରେ ହାଇ ଆଲର୍ଟ

ଆଓରି-ନୂଆଦିଲ୍ଲୀ(୮/୭) : କଶ୍ମୀରରେ ଜାରି ହୋଇଛି ହାଇ ଆଲର୍ଟ। ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ରବିବାର ପାଳନ କରାଯାଉଛି। କୌଣସି ପରିସ୍ଥିତିର ମୁକାବିଲା ଲାଗି ଏଠାରେ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି। ବିଚ୍ଛିନ୍ନତାବାଦୀ ନେତାଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାର ମୁକାବିଲା କରିବା ଲାଗି ଗ୍ରହଣ କରାଯାଇଛି ପ୍ରତିଷେଧକ ମୂଳକ ବ୍ୟବସ୍ଥା। ସୁରକ୍ଷା ଦୃଷ୍ଟିରୁ ଅମରନାଥ ଯାତ୍ରୀଙ୍କୁ କଠୁଆଠାରେ ରୋକା ଯାଇଛି। ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଶ୍ରୀନଗର ଜାତୀୟ ରାଜପଥର ୩ ଶହ କିଲୋମିଟର ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଜମ୍ମୁ କଶ୍ମୀର ଲିବରେଶନ୍‌ ଫ୍ରଣ୍ଟ୍‌ ନେତା ୟାସିନ୍‌ ମଲ୍ଲିକଙ୍କୁ ଗିରଫ କରାଯାଇଥିବାବେଳେ ହୁରିୟତ୍‌ କନଫରେନ୍ସ ନେତା ମୀରବାୟଜ ଉମର ଫାରୁକଙ୍କୁ ନଜର ବନ୍ଦୀ ରଖାଯାଇଛି। ସୂଚନାଯୋଗ୍ୟ, ୨୦୧୬ ଜୁଲାଇ ୮ରେ ଅନନ୍ତନାଗ ଜିଲାର କୋକରନାଗ ଅଞ୍ଚଳରେ ଏକ ସର୍ଚ୍ଚ ଅପରେଶନରେ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ବୁରହାନ ଓ୍ବାନୀଙ୍କ ମୃତ୍ୟୁ ଘଟିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button