ଜାତୀୟ

ଆତଙ୍କବାଦୀ ଅନୁପ୍ରବେଶ ନେଇ ହାଇ ଆଲର୍ଟ

ଆ.ଓ.ରି(ତା୧|୬)-ଜାମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ପାଇଁ ହାଇ ଆଲର୍ଟ ଜାରି ହୋଇଛି। ସୀମାଦେଇ ଦେଶ ଭିତରେ ୨୦ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସତର୍କସୂଚନା ଜାରି କରିଛି ଗୁଇନ୍ଦା ବିଭାଗ। ଏହି ଆତଙ୍କବାଦୀମାନେ ପାକ ଅଧିକୃତ କାଶ୍ମୀର ଦେଇ ଭାରତକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଏମାନେ ସମସ୍ତେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ସଦସ୍ୟ ଥିବା ସୂଚନା ମିଳିଛି।

ଏହି ଆତଙ୍କବାଦୀମାନେ ମୁଖ୍ୟତଃ ଜାମ୍ମୁ କାଶ୍ମୀର ଦକ୍ଷିଣ ଜିଲ୍ଲା ସହ ଦେଶର ବିଭିନ୍ନ ସ୍ଥାନରେ ବଡ଼ଧରଣର ଆକ୍ରମଣ କରିବାକୁ  ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ସବୁଥର ଭଳି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ କହିଛି।

ପବିତ୍ର ରମଜାନ ମାସ ଅବସରରେ ଅପରେସନ୍ ଅଲଆଉଟ୍ ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିବା ବେଳେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ଏଭଳି ସ୍ଥିତିରେ ଛୋଟ ଛୋଟ ଦଳ ହୋଇ ଏହି ଆତଙ୍କବାଦୀମାନେ ରମଜାନ ମାସରେ ଅରାଜକତା ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button