ବାଣିଜ୍ୟ

ନିଜର ପ୍ରଥମ ୧୨୫ସିସି ନୂତନ ମଡେଲ ସ୍କୁଟର ଲଞ୍ଚ କଲା ହିରୋ

ଆଓରି-ନୂଆଦିଲ୍ଲୀ(୨୨/୧୦) : ଭାରତୀୟ ଅଟୋମୋବାଇଲ କମ୍ପାନୀ ‘ହିରୋ’ ନିଜର ପ୍ରଥମ ୧୨୫ସିସି ନୂତନ ମଡେଲ ସ୍କୁଟରର ଭାରତୀୟ ବଜାରରେ ପ୍ରବେଶ କରାଇଛି। ଏହି ନୂତନ ମଡେଲ ସ୍କୁଟରର ଦୁଇ ୱାରିଏଣ୍ଟ ରହିଛି। ଏହାର ନାମ ‘ଡେଷ୍ଟିନି ୧୨୫ ଏଲଏକ୍ସ’ ଓ ‘ଡେଷ୍ଟିନି ୧୨୫ଭିଏକ୍ସ’ ରହିଛି। ସ୍କୁଟରକୁ ଆକର୍ଷଣୀୟ କରିବାପାଇଁ କମ୍ପାନୀ ଏହାର ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦେଇଥିବା ଦେଖିବାକୁ ମିଳିଛି। ଏହି ସ୍କୁଟରରେ ସମ୍ମୁଖ ଚକରେ ଡିସ୍‍ ବ୍ରେକ୍‍, ଇଣ୍ଟିଗ୍ରେଟେଡ ବ୍ରେକିଂ ସିଷ୍ଟମ, ସାଇଡ ଷ୍ଟାଣ୍ଡ ଇଣ୍ଡିକେଟର, ସର୍ଭିସ୍‍ ରିମାଇଣ୍ଡର, ପାସ ସ୍ୱିଚ ଓ ଏକଷ୍ଟ୍ରନାଲ ଫୁଏଲ ଫିଲିଂ ଭଳି ଅନେକ ସୁବିଧା ରହିଛି। ଗତ କିଛି ବର୍ଷ ହେବ ୧୨୫ସିସି ଇଞ୍ଜିନ ବିଶିଷ୍ଟ ସ୍କୁଟର ବଜାରରେ ଭଲ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନଜର ରଖି ହିରୋ ଏହାର ବଜାର ପ୍ରବେଶ କରିଥିବା ବିଶେଷଜ୍ଞ ମାନେ କହିଛନ୍ତି। ଏହି ସ୍କୁଟରରେ ଏକକ ସିଲିଣ୍ଡର ସହ ୧୨୫ ସିସି ଇଞ୍ଜିନ ରହିଛି। ଡେଷ୍ଟିନି ୧୨୫ ଏଲଏକ୍ସର ମୂଲ୍ୟ ୫୪,୬୫୦ ଟଙ୍କା ରହିଥିବାବେଳେ, ଡେଷ୍ଟିନି ୧୨୫ଭିଏକ୍ସର ମୂଲ୍ୟ ୫୭,୫୦୦ ଟଙ୍କା ରହିଛି। ବଜାରରେ ବହୁ ଅଗ୍ରଣୀ କମ୍ପାନୀ ସ୍କୁଟର ସହ ପ୍ରତିଯୋଗୀତା କରିବା ସହ ଭଲ ବ୍ୟବସାୟ କରିବ ବୋଲି କମ୍ପାନୀ ଆଶା ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button