ଜିଲ୍ଲା

ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆଓରି-ଭୁବନେଶ୍ୱର(୨୫/୬) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେତୁ ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମତେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ମିଳିଛି। ଏହି ୪ଟି ଜିଲ୍ଲ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ ଓ ଅନୁଗୁଳ ଆଦି ରହିଛି। ଝଡବର୍ଷା ସମୟରେ ଘରୁ ନ ବାହାରିବା ପାଇଁ ଏବଂ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେବେ ଗତ ଦୁଇତିନି ଦିନ ହେବ ରାଜ୍ୟର କିଛି ଜିଲ୍ଲା ବର୍ଷା ହେବା ହେତୁ ଅସହ୍ୟ ଗରମରୁ ଲୋକମାନେ ସାମାସ୍ୟ ଆଶ୍ୱସ୍ତି ମିଳିଛି।

ସୂଚନାଯୋଗ୍ୟ, ଗତକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ପୁରୀ, କଟକ,ବାଲେଶ୍ୱର,ଭଦ୍ରକ,ଖୋର୍ଦ୍ଧା ଓ ଯାଜପୁର ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି ଗତକାଲି ଟିଟଲାଗଡ଼ରେ ୩୮.୦ଡିଗ୍ରି ସେଲସିୟସ୍‌ ସର୍ବାଧିକ ତାପମାତ୍ରା ଥିବା ବେଳେ କଟକରେ ୨୨.୪ଡିଗ୍ରି ସେଲସିୟସ୍‌ ସର୍ବନିମ୍ନ ତାପମାତ୍ରା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button