ରାଜ୍ୟ

କଟକ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ

ଆଓରି-ଭୁବନେଶ୍ଵର(୨୦/୦୯) : କଟକ ବଜ୍ରକବାଟୀସ୍ଥିତ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲାରେ ଏହି  ଅଗ୍ନିକାଣ୍ଡ ଘଟିଛି । ବିଏସ୍‌ଏନ୍‌ଏଲ୍ ଅଫିସର ସମସ୍ତ କର୍ମଚାରୀ ବାହାରକୁ ପଳାଇଆସିଛନ୍ତି  । ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ।

ଆଜି ଦିନ ୧୨ଟା ୩୦ମିନିଟ ସମୟରେ ବଜ୍ରକବାଟୀସ୍ଥିତ ବିଏସ୍‌ଏନ୍‌ଏଲ୍‌ ଅଫିସର ଚତୁର୍ଥ ମହଲାରେ ହଠାତ ଅଗ୍ନିକାଣ୍ଡ ସୃଷ୍ଟି ହେବା ସହ ଉଭୟ ତୃତୀୟ ଓ ଚତୁର୍ଥ ମହଲା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଗାଡି ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଦିନ ୨ଟା ସୁଦ୍ଧା ନିଆଁ ଆୟତ୍ତ ହୋଇଥିଲେ ମଧ୍ୟ ଚତୁର୍ଥ ମହଲାରୁ ଧୂଆଁ ନିର୍ଗତ ହେଉଛି। ସେହି ମହଲାରେ କାର୍ଯ୍ୟ କରୁଥିବା ୬୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇଥିବା ଖବର ଏ ଯାଏଁ ମିଳିନାହିଁ।

ଇଲେକ୍ଟ୍ରିକ ସଟ ସର୍କିଟ ଯୋଗୁ ଏଭଳି ଘଟିଥିବା ପ୍ରାଥମିକ ଭାବେ କୁହାଯାଇଛି। ତେବେ ଚତୁର୍ଥ ମହଲାରେ ସମସ୍ତ ଉପକରଣ ପୋଡି ଯାଇଥିବାରୁ କଟକ ସମେତ ସାଲେପୁର, ଜଗତସିଂହପୁର, ପାରାଦୀପ, କେନ୍ଦ୍ରାପଡା, ଆଠଗଡ଼ ଓ ଧାନମଣ୍ଡଳ ପ୍ରଭୃତି ଅଂଚଳରେ ବିଏସ୍‌ଏନ୍‌ଏଲର ଲ୍ୟାଣ୍ଡ ଲାଇନ, ମୋବାଇଲ, ବ୍ରଡ଼ବ୍ୟାଣ୍ଡ, ଫାଇବର ଅପ୍ଟିକାଲ ଏବଂ ଡାଟା ଲାଇନ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଏହି ସେବା ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରାୟ ୧୦ରୁ ୧୫ଦିନ ଲାଗିବ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button