ହୃଦରୋଗ ବିଶେଷଜ୍ଞ ଡଃ ଦାମୋଦର ମହାନ୍ତିଙ୍କ ପରଲୋକ
1 min read
ଆଓରି-ଭୁବନେଶ୍ଵର(୨୧/୧୨) : ଓଡ଼ିଶାର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ତଥା ଆଇଜିଏଚ୍ର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡଃ ଦାମୋଦର ମହାନ୍ତିଙ୍କ କାଲି ସଂଧ୍ୟା ପ୍ରାୟ ୬ .୩୦ରେ କୋଏଲନଗରସ୍ଥିତ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଡଃ ମହାନ୍ତିଙ୍କୁ ହୃଦଘାତ ହେବା ପରେ ତାଙ୍କୁ ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡଃ ସ୍ଵର୍ଗତ ମହାନ୍ତି ହେଉଛନ୍ତି ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତିଙ୍କ ସ୍ଵାମୀ। ତାଙ୍କ ମୃତ୍ୟୁରେ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଦିଲୀପ ରାୟ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଶୋକକୂଳ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।