ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଏଚ୍‍.ଡି କୁମାରସ୍ୱାମୀ

ଆଓରି-ନୂଆଦିଲ୍ଲୀ(୧୦/୯) : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ୭ଟି ଜିଲାରେ ବନ୍ୟାଜନିତ ବ୍ୟାପକ କ୍ଷତି ପାଇଁ ୧୧୯୯କୋଟି ଟଙ୍କାର ସହାୟତା ମାଗିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ଏଚ୍‍.ଡି ଦେବେଗୌଡ଼ା, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରନ୍‍, ମନ୍ତ୍ରୀ ଏଚ୍‍.ଡି ରାବଣା, ଆର.ବି ଦେଶପାଣ୍ଡେ, ଡି.କେ ଶିବକୁମାର ଓ କୃଷ୍ଣା ବାୟର ଗୌଡ଼ାଙ୍କ ସହିତ କୁମାରସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ସେମାନେ ମୋଟ ୩୦ ଜିଲା ମଧ୍ୟରୁ ୧୭ଟି ଜିଲାରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ବୈଠକକୁ କର୍ଣ୍ଣାଟକର ବରିଷ୍ଠ ବିଜେପି ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button