April 19, 2024

ଅପ୍ରେଲରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଆଦାୟରେ ରେକର୍ଡ ସ୍ଥାପନ ହୋଇଛି

1 min read

ଆଓରି(ତା୧|୫)-ଅପ୍ରେଲରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଆଦାୟରେ ରେକର୍ଡ ସ୍ଥାପନ ହୋଇଛି । ଏହି ମାସରେ ୧.୦୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ମାର୍ଚ୍ଚ ମାସରେ ୮୯,୨୬୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସ୍‌ଟି ଆଦାୟରୁ ସରକାର ୭.୪୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହାସଲ କରିଥିଲେ । ସମାଯୋଜନ ପରେ ଅପ୍ରେଲରେ ସିଜିଏସଟିରୁ ୩୨,୪୯୩ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିରୁ ୪୦,୨୫୭ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ମୋଟି ଜିଏସ୍‌ଟି ରାଜସ୍ୱରୁ ୧୮,୬୫୨ କୋଟି ଟଙ୍କା ସିଜିଏସ୍‌ଟି, ୨୫,୭୦୪ କୋଟି ଟଙ୍କା ଏସ୍‌ଜିଏସ୍‌ ଟି, ୫୦,୫୪୮ କୋଟି (ଆମଦାନୀରୁ ୨୧,୨୪୬ କୋଟି ମିଶାଇ) ଆଇଜିଏସ୍‌ଟି ଏବଂ ସେସ୍‌ରୁ ୮,୫୫୪ କୋଟି ଟଙ୍କା ସଂଗ୍ରହ ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଜିଏସ୍‌ଟି ଆଦାୟ ବୃଦ୍ଧିକୁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି । ଏହି ଅଙ୍କରୁ ଦେଶର ଆର୍ଥିକ ଅଭିବୃଦ୍ଧି ଦ୍ରୁତ ଗତିରେ ଚାଲିଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି । ଏହା ପୂର୍ବରୁ ୨୦୧୭-୧୮ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଜିଏସ୍‌ଟି ବାବଦ ୮୯,୨୬୪ କୋଟି ଟଙ୍କା ଆଦାୟ ହୋଇଥିଲା । ସେହିପରି ପେବୃଆରୀ ମାସରେ ୮୫,୧୭୪ କୋଟି, ଜାନୁଆରୀରେ ୮୬,୩୧୮ କୋଟି, ଡିସେମ୍ବରରେ ୮୬,୭୦୩ କୋଟି, ନଭେମ୍ବର ମାସରେ ୮୦,୮୦୮ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ୨୦୦ଟି ସାମଗ୍ରୀ ଉପରୁ ଟିକସ୍‌ ଦର ହ୍ରାସ କରାଯିବାରୁ ଏହାର ନକରାତ୍ମକ ପ୍ରଭାବ ଜିଏସ୍‌ଟି ଆଦାୟ ଉପରେ ପଡିଥିଲା ବୋଲି କୁହାଯାଇଥିଲା । ଜିଏସ୍‌ଟି ଲାଗୁ ପରେ ଜୁଲାଇରେ ୯୫, ୦୦୦ କୋଟି, ଅଗଷ୍ଟରେ ୯୧,୦୦୦ କୋଟି, ସେପ୍ଟେମ୍ବରରେ ୯୨,୧୫୦ କୋଟି, ଅକ୍ଟୋବରରେ ୮୩, ୩୪୬ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.