ରାଜ୍ୟ

ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟର ନିର୍ଦ୍ଧେଶ

ନୂଆଦିଲ୍ଲୀ: ମହାନଦୀ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଓଡ଼ିଶାର ବିଜୟ ହୋଇଛି। ଶେଷ ମୁହୂର୍ତ୍ତଯାଏ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ କଡ଼ା ବିରୋଧ ସତ୍ତ୍ୱେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଓଡ଼ିଶା ସପକ୍ଷରେ ରାୟ ଦେଇଛନ୍ତି। ମାମଲାର ବିଚାର କରୁଥିବା ଖଣ୍ଡପୀଠ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଧେଶ ଦେବା ସହିତ ଏ ସଂକ୍ରାନ୍ତ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ଲାଗି ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ଏକମାସ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏଥିସହିତ ମହାନଦୀ ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି।

ଛତିଶଗଡ଼ର ନିର୍ମାଣାଧୀନ ପ୍ରକଳ୍ପ ଉପରେ କୋର୍ଟ ରହିତାଦେଶ ଜାରି କରିନାହାନ୍ତି। ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳବିବାଦ ପ୍ରସଙ୍ଗରେ ଆଜି ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବବ୍‌ଡେ ଓ ବିଚାରପତି ଜଷ୍ଟିସ ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି, ରାକେଶ ଦ୍ୱିବେଦୀ ଓ ଏମ୍‌ କାକଟୀ ଯୁକ୍ତି ରଖିଥିଲେ। ରୋହତଗି ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ରଖି କହିଥିଲେ ଏ ବିବାଦର ଆପୋସ ସମାଧାନ ଆଉ ସମ୍ଭବ ନୁହେଁ। ଟ୍ରିବ୍ୟୁନାଲ ହିଁ ଏକମାତ୍ର ରାସ୍ତା। ଏ ନେଇ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସଂସଦରେ ମତ ରଖିଛନ୍ତି। କେନ୍ଦ୍ର ଓ ଛତିଶଗଡ଼ର ସବୁ ଯୁକ୍ତିକୁ ଓଡ଼ିଶା ପକ୍ଷରୁ କଡ଼ା ଶବ୍ଦରେ ଖଣ୍ଡନ କରାଯାଇଥିଲା ଖଣ୍ଡପୀଠ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଓଡ଼ିଶା-କେନ୍ଦ୍ର ମଧ୍ୟରେ ଯୁକ୍ତି ଚାଲିଥିବା ବେଳେ ଆପଣ କାହିଁକି କେନ୍ଦ୍ରର ଓକିଲାତି କରୁଛନ୍ତି। ଚୁପ୍‌ ହୋଇ ବସିବାକୁ କୋର୍ଟ ତାଗିଦ୍‌ କରିଥିଲେ। ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ଯେଉଁ ବ୍ୟାରେଜ ନିର୍ମାଣ ହେଉଛି, ତାହାର ଶୁଣାଣି ବି ଟ୍ରିବ୍ୟୁନାଲ କରିବ। ଏଥିସହିତ ମହାନଦୀ ଶୁଣାଣି ଶେଷ ହୋଇଛି। ପ୍ରକାଶଥାଉକି, ଟ୍ରିବ୍ୟୁନାଲ ଗଠନ ହେଲେ, ସେଥିରେ ଜଣେ ଅଧ୍ୟକ୍ଷଙ୍କ ସମେତ ଦୁଇଜଣ ସଦସ୍ୟ ରହିବେ। ପ୍ରଧାନ ବିଚାରପତି ଏମାନଙ୍କୁ ମନୋନୀତ କରିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button