Uncategorizedପ୍ରବାସୀ ଓଡିଆ

ପ୍ରଥମ ବିଶାଳ ରଜମହୋତ୍ସବର ଉଦ୍ଘାଟନ କଲେ ମୃଦୁଳା ଠାକୁର ପ୍ରଧାନ ଓ ଉଜ୍ଜାପନ କଲେ ବୈଜୟନ୍ତ ପଣ୍ଡା

ଆଓରି – ନୂଆଦିଲ୍ଲୀ(୧୮/୬): ଦୁଇ ଦିନ ବ୍ୟାପୀ ପ୍ରଥମ ରଜମହୋତ୍ସବ ସୁଦୂର ଗୁରୁଗ୍ରାମ ସହର ହରିୟାନା ଠାରେ ବହୁ ଧୂମଧାମରେ ସହିତ ପାଳିତ ହୋଇଯାଇଛି | ଏହି ରଜମହୋତ୍ସବ ଦିଲ୍ଲୀସ୍ଥିତ ବେସରକାରୀ ସଂସ୍ଥା କଳିଙ୍ଗଭାରତୀ ଫାଉଣ୍ଡେସନ ଏବଂ ପ୍ରବାସୀ ଓଡିଆ ପରିବାର ଦ୍ଵାରା ଆୟୋଜିତ କରଯାଇଥିଲା |

ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶୁଭୋଦଘାଟନ କରିଥିଲେ| ତାଙ୍କ ସହିତ ପଞ୍ଚାୟତରାଜ ବିଭାଗର ମିଳିତ ସମ୍ପାଦକ ସଞ୍ଜୀବ ପ୍ରତୋଜୋଶୀ ଯୋଗ ଦେଇଥିଲେ | ଶ୍ରୀମତୀ ପ୍ରଧାନ ଓଡିଆରେ ଅନର୍ଗଳ ଭାବରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଏହିଭଳି ବିଶାଳ ଆୟୋଜନ ହୋଇଥିବାରୁ ବହୁତ ଖୁସି ହୋଇଥିଲେ |

Baijayant Panda- Aajira Odishaଦ୍ଵିତୀୟ ଦିବସରେ ଓଡିଶାର କେନ୍ଦ୍ରପଡା ଜିଲ୍ଲାର ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ଜୟ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ତାଙ୍କ ସହିତ ସୁଖବୀର କଟାରିୟା (ପୂର୍ବତନ ମନ୍ତ୍ରୀ ହରିୟାନା ସରକାର ), ଶ୍ରୀ ଆର.ଏନ. ନାୟକ ଏବଂ ଏନ. ମିଶ୍ର ଯୋଗଦାନ କରି ଓଡିଶା ବାହାରେ ଏହିଭଳି ବିରାଟ ରଜ ପର୍ବର ଆୟୋଜନ ଦେଖି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଥିଲେ |

ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ରୁ ଊର୍ଦ୍ଧ୍ଵ ଓଡିଆ ଦର୍ଶକ ଉପସ୍ଥିତ ହୋଇ ରଜଦୋଳି, ଓଡିଆ ଖାଦ୍ୟ, ଝୋଟି ପ୍ରତିଯୋଗୀତା ଇତ୍ୟାଦିରେ ନିଜକୁ ନିୟୋଜିତ କରି ରଜପର୍ବର ଶୋଭା ବଢାଇଥିଲେ |ଏହି କାର୍ଯ୍ୟକ୍ରମକୁ ସୁରମଲ୍ହାରର ସଙ୍ଗୀତମୟ ଆସର , କୁନି ପିଲାଙ୍କର ନୃତ୍ୟ ଓ ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା | ମହିଳା ମାନଙ୍କ ପାଇଁ ହୁଳହୁଳି , ଶଙ୍ଖବାଦନ ,ସଂଗୀତ, ଶ୍ରେଷ୍ଠ ଓଡିଆଣୀର ପ୍ରତିଯୋଗୀତା ରଖାଯାଇଥିଲା |

ବହୁଳ ସଂଖ୍ୟା ରେ ଯୋଗଦାନ କରି ପ୍ରଥମ ରଜମହୋତ୍ସବକୁ ସଫଳ କରିଥିବାରୁ ମୁଖ୍ୟ ଆୟୋଜକ କଳିଙ୍ଗାଭାରତୀ ଫାଉନ୍ଡେସନର ସଭାପତି ଶ୍ରୀ ଅକ୍ଷୟ ସାମଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାଂପନ କରିଥିଲେ ପ୍ରଭାସି ଓଡିଆ ପରିବାର ତରଫରୁ ମୀନକେତନ ସାମଲ ଏବଂ ପ୍ରୀତମ ନାୟକ ଯୋଗଦେଇଥିଲେ | ବରିଷ୍ଠ ସାମ୍ବାଦିକ ଶ୍ରୀ କିଶୋର ଦ୍ଵିବେଦୀ ଓ ବିଶିଷ୍ଠ ସମାଜସେବୀ ଅରୁନ୍ଧତୀ ଦେବୀ  ମଧ୍ୟ ଏହି ଉତ୍ସବର ଗରିମା ବର୍ଦ୍ଧନ କରିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button