ରାଜ୍ୟ

ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ

ଆ.ଓ.ରି(ତା୧|୬)-ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ।  ଯେଉଁଥିରେ ଭୁବନେଶ୍ୱରରେ ଅଧିକ ସାଇକେଲ, ଇ- ରିକ୍ସା ଓ ଇଲେକ୍ଟ୍ରିକ୍‌ ବସ୍‌ ଚଳାଚଳ ପାଇଁ ଯୋଜନା କରାଯାଉଛି।  ଏହା ସହିତ ପୂରା ସହର ପାଇଁ ୟୁନିଫାଏଡ ମେଟ୍ରୋପଲିଟାଣ୍ଟ୍‌ ଟ୍ରାନ୍ସପୋର୍ଟ ଅଥରିଟି ଗଠନ ହେବ।

ଏହିସବୁ ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇଦେବ ଜର୍ମାନ ସରକାରଙ୍କ GIZ ସଂସ୍ଥା।  ଏଥିପାଇଁ ଭୁବନେଶ୍ୱରରେ ରହିବେ ସଂସ୍ଥାର ବିଶେଷଜ୍ଞ ଟିମ୍‌।  ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜର୍ମାନୀର ଡେପୁଟି କନସଲ ଜେନେରାଲ ଜୁର୍ଗେନ ଥୋମାସ୍ ଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button