ରାଜନୀତି

ସଂସଦରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ; ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୮/୭) : ସଂସଦର ମୌସୁମୀ ଅଧିବେଶନରେ ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବୁଧବାର ସଂସଦ ବାହାରେ ଗଣମାଧ୍ୟମକୁ  ଶ୍ରୀ ମୋଦୀ କହିଛନ୍ତି, ଗୃହ ପରିଚାଳନାରେ ସମସ୍ତ ରାଜନୈତିକ ଦଳ ସହଯୋଗ କରିବେ ବୋଲି ସେ ଆଶା ରଖିଛନ୍ତି। ସେ କହିଛନ୍ତି ଯେ ଦେଶର କେତେକ ଭାଗରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଭାବିତ  ଲୋକଙ୍କର ଥଇଥାନ ଓ ସହାୟତା ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିବା ବେଳେ ଅନ୍ୟ କେତେକ ଭାଗରେ ସ୍ୱଳ୍ପ ବର୍ଷା ସମସ୍ୟା ସୃଷ୍ଟି କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଗୃହରେ ଆଲୋଚନାର ଆବଶ୍ୟକତା ରହିଛି। ସମସ୍ତ ପ୍ରସଙ୍ଗରେ ଗୃହରେ ବିସ୍ତୃତ ଭାବେ ଆଲୋଚନା କରାଗଲେ ଦେଶ ଏଥିରୁ ସୁଫଳ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶାନ୍ତିଶୃଙ୍ଖଳାର ସହିତ ସଂସଦ ପରିଚାଳିତ ହେଲେ ଏହାର କାର୍ଯ୍ୟଧାରା ରାଜ୍ୟ ବିଧାନସଭା ଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button