ରାଜ୍ୟ

ପୁରୀରେ ରାଜ୍ୟପାଳ

   ଆଜିର ଓଡିଶା(ତା୫|୪)-    ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ମଧ୍ୟାହ୍ନ ୧୨ଟାରେ ପୁରୀରେ ପହଞ୍ଚିଛନ୍ତି। ପୁୁରୀ ଭିଆଇପି ରୋଡ୍‌ସ୍ଥିତ ରାଜଭବନରେ ଅବସ୍ଥାନ କରିଛନ୍ତି। ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ, ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ରାଜ୍ୟପାଳ ଅପରାହ୍ନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପୁରୀ ରାଜଭବନ ଅସୁରକ୍ଷିତ ହୋଇପଡିଥିବା ପୂର୍ତ୍ତ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଗତ କିଛିଦିନ ତଳେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସିଥିଲେ। ରାଜଭବନ ଅସୁରକ୍ଷିତ ଥିବାରୁ ସେ ସ୍ବତନ୍ତ୍ର ସର୍କିଟ ହାଉସ୍‌ଠାରେ ରାତ୍ରିଯାପନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button