ରାଜନୀତିରାଜ୍ୟ

କୃଷକ ମାନଙ୍କ ପାଇଁ କେନ୍ଦ୍ର ସରକାର ନିଜ ପ୍ରତିଶୃତି ପୂରଣ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୯/୭) : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷକ ମୋର୍ଚ୍ଚା କାର୍ଯକ୍ରମରେ ଯୋଗ ଦେଇ ନରେନ୍ଦ୍ର ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନାର ଉପଲବ୍ଧି ଘରେ ଘରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିଫଳତାକୁ କୃଷକ ମୋର୍ଚ୍ଚା ୧ କୋଟି ଘରକୁ ନେବା ପାଇଁ ଆହ୍ୱାନ ଦେଇଛନ୍ତି | ଖୁବଶୀଘ୍ର ଭାଗଚାଷୀ ମାନେ କିପରି ଋଣ ପାଇବେ ଏନେଇ ବିଲ୍ ଆସିବ ଯାହାଦ୍ୱାରା ସେମାନେ ସହଜରେ ଋଣ ପାଇପାରିବେ । କେନ୍ଦ୍ର ସରକାର ନୀତି ବନାଇବେ ଏବଂ ରାଜ୍ୟ ସରକାର ଭାଗଚାଷୀ ଚିହ୍ନଟ କରିବେ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ପରି ରାଜ୍ୟ ସରକାର ଏହାକୁ ବିରୋଧ ନ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି |

ଓଡିଶାର ଚାଷୀମାନେ ଋଣ ନ ପାଇ ପାରି ସାହୁକାର ଓ ଚିଟଫଣ୍ଡ ପରି ସଂସ୍ଥା ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଯାହାକି ରାଜ୍ୟରେ ଚାଷୀ ଆତ୍ମହତ୍ୟାର ପ୍ରମୁଖ କାରଣ | ସିଏସିପି ସଂସ୍ଥାର ମୂଲ୍ୟାଙ୍କନ ଅନୁସାରେ ଚାଷୀର ଖାଦ୍ୟଶସ୍ୟ ଉତ୍ପାଦନରେ ଯେତେ ଖର୍ଚ୍ଚ ହୁଏ ତାର ହିସାବ ଦେବାପରେ ଧାନ କ୍ଷେତ୍ରରେ ଏହାର ଦେଢଗୁଣା ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି ।କେନ୍ଦ୍ର ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

ରାଜ୍ୟସରକାରଙ୍କୁ ଆକ୍ଷେପ କରି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ ଚାଷୀଙ୍କ କଥାରେ ରାଜ୍ୟ ସରକାର ବାହାନା ମାରୁଛନ୍ତି, ଯଦି କୃଷି କର୍ମଣ ପୁରସ୍କାର ପାଇଛ ତାହାହେଲେ ଜଳସେଚନ କୁଆଡେ ଗଲା, ଚାଷୀ ଆତ୍ମହତ୍ୟା କାହିଁକି ହେଉଛି ? ପଡୋଶୀ ରାଜ୍ୟମାନେ କୃଷିଋଣ ଛାଡ କରୁଥିବା ସମୟରେ,ଏନେଇ କାହିଁକି ରାଜ୍ୟ ସରକାର ମୁହଁ ଖୋଲୁନାହାନ୍ତି ଇତ୍ୟାଦି |

Related Articles

Leave a Reply

Your email address will not be published. Required fields are marked *

Back to top button