ବାଣିଜ୍ୟ

ସୁନା ଟପିଲା ୩୨,୦୦୦

ଆଓରି(ତା୧୩|୪)–  ଅନ୍ତର୍ଜାତୀୟ ବଜାରରେ ଉତ୍ସାହ ସହ ଘରୋଇ ବଜାରରେ ଗହଣା ବ୍ୟବସାୟୀମାନଙ୍କ ମଧ୍ୟରେ ଚାହିଦା ବଳବତ୍ତର ହେବା ଫଳରେ ଗୁରୁବାର ସୁନା ମୂଲ୍ୟ ୩୨,୦୦୦ ଟଙ୍କା ଅତିକ୍ରମ କରିଛି। ୧୦ ଗ୍ରାମ ପିଛା ଏଥିରେ ୩୦୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ଏହା ୩୨,୧୫୦ ଟଙ୍କାରେ ପହଞ୍ଚିଛି।
ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୪୦,୦୦୦ ଟଙ୍କା ସ୍ତରକୁ ଫେରିଛି। ଶିଳ୍ପ ୟୁନିଟ୍‌ ଏବଂ କଏନ୍‌ ନିର୍ମାତାଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ଫଳରେ କିଲୋଗ୍ରାମ ପିଛା ଏହି ଧାତୁ ମୂଲ୍ୟରେ ୨୪୦ ଟଙ୍କା ବୃଦ୍ଧି ଘଟି ୪୦,୦୦୦ ଟଙ୍କା ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button