ଖେଳ

ବ୍ୟାଡ୍‍ମିଣ୍ଟନ୍‍ରେ ଭାରତକୁ ସ୍ୱର୍ଣ୍ଣ

ଆଓରି(ତା୧୫|୪)-  ମହିଳା ବ୍ୟାଡ୍‍ମିଣ୍ଟନ୍‍ରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ରୌପ୍ୟ ପଦକ ମଧ୍ୟ ଭାରତ ଭାଗରେ ପଡ଼ିଛି। ଆଜି ଫାଇନାଲ୍‍ରେ ଭାରତର ଦୁଇ ଆନ୍ତର୍ଜାତିକ ଷ୍ଟାର ଖେଳାଳି ସାଇନା ନେହେୱାଲ୍‍ ଓ ପି ଭି ସିନ୍ଧୁ ଭେଟିଥିଲେ। ତେଣୁ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଭାରତ ପାଇବା ନିଶ୍ଚିତ ହୋଇଥିଲା। ଫାଇନାଲ୍‍ରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‍ରେ ସିନ୍ଧୁଙ୍କୁ ୨୧-୧୮, ୨୩-୨୧ ରେ ହରାଇ ସାଇନା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ପୁରୁଷ ବ୍ୟାଡ୍‍ମିଣ୍ଟନ୍‍ରେ କିଦାମ୍ବି ଶ୍ରୀକାନ୍ତଙ୍କୁ ମଧ୍ୟ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button