ଅପରାଧ

୧୧ ଲକ୍ଷ ଟଙ୍କାର ସୁନା ବିସ୍କୁଟ୍‌ ଜବତ, ଜଣେ ଅଟକ

ଆଓରି-ଭୁବନେଶ୍ୱର(୧୫/୬): ଆଜି କଷ୍ଟମ ବିଭାଗକୁ ପୁଣି ଏକ ସଫଳତା ମିଳିଛି। ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ପାଖାପାଖି ସାଢ଼େ ୧୧ ଲକ୍ଷ ଟଙ୍କା ସୁନା ଜବତ ହୋଇଛି। ବେଆଇନ୍‌ ସୁନା କାରବାର ଅଭିଯୋଗରେ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ବିଭାଗ ପଚରାଉଚରା ଚଳାଇଛି। ତେବେ ସେ କେରଳ କୋଝିକୋଡ୍‌ର ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ବ୍ୟାଙ୍କକକ୍‌ରୁ ଏୟାର ଇଣ୍ଡିଆ ବିମାନ ଏ୧-୩୩୯ ଯୋଗେ ଭୁବନେଶ୍ୱର ଆସୁଥିବା ଜଣେ ଯାତ୍ରୀ ସୁନା ବିସ୍କୁଟ୍‌ ନେଇ ଆସିଥିବା ଗୁଇନ୍ଦା ଟିମ୍‌ ଖବର ପାଇଥିଲା। ଖବର ପାଇବାମାତ୍ରେ ଗୁଇନ୍ଦା ଟିମ୍‌ ତୁରନ୍ତ କଷ୍ଟମ ବିଭାଗକୁ ଜଣାଇଥିଲା। ଆଉ ଯୋଜନା ମୁତାବକ ଯାତ୍ରୀ ଜଣଙ୍କ ଆଜି ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ କଷ୍ଟମ ବିଭାଗ ଅଧିକାରୀମାନେ ତାକୁ କାବୁ କରିନେଇଥିଲେ। ଯାତ୍ରୀ ଜଣଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୪ ଖଣ୍ଡ ସୁନା ବିସ୍କୁଟ୍‌ ମିଥିଲା। ଯାହାର ଓଜନ ୩୫୫.୧୨୦ ଗ୍ରାମ ରହିଛି। ଏହାର ବଜାରର ମୂଲ୍ୟ ୧୧ ଲକ୍ଷ ୩୭ ହଜାର ୯୪ ଟଙ୍କା ହେବ ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି। ଏନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button