ଜାତୀୟରାଜ୍ୟ

ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ ଗୀତା ମେହତା

ଆଓରି-ନୂଆଦିଲ୍ଲୀ(୨୬/୦୧) : ଚଳିତ ବର୍ଷ ୪ଜଣ ପଦ୍ମ ବିଭୂଷଣ, ୧୪ଜଣଙ୍କୁ ପଦ୍ମଭୂଷଣ ଏବଂ ୯୪ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ଓଡ଼ିଶାରୁ ୩ଜଣଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ମାତ୍ର ଗୃହ ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ପଦ୍ମଶ୍ରୀ ସମ୍ମାନକୁ ଗ୍ରହଣ କରିବା ପାଇଁ ମନା କରିଛନ୍ତି ଗୀତା ମେହେଟ୍ଟା। ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାରୁ ଏହି ସମୟରେ ସମ୍ମାନ ଗ୍ରହଣ କରିବାକୁ ସେ ଉଚିତ୍‌ ମଣୁ ନ ଥିବା ପ୍ରକାଶ କରିଛନ୍ତି।  ଏହାଦ୍ୱାରା ଲୋକମାନଙ୍କ ମନରେ ଭୁଲ ବୁଝାମଣା ସୃଷ୍ଟି ହେବ ବୋଲି କହିବା ସହିତ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ଅଗ୍ରାହ୍ୟ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ହେଉଛନ୍ତି ଗୀତା ମେହେଟ୍ଟା। ସେ ଜଣେ ପ୍ରବାସୀ ଭାରତୀୟ ଭାବେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିବାକୁ ମନୋନିତ ହୋଇଥିଲେ। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନକୁ ନେଇ ତାଙ୍କୁ ଏହି ପୁରସ୍କାର ଦିଆଯାଇଥାନ୍ତା।

Related Articles

Leave a Reply

Your email address will not be published. Required fields are marked *

Back to top button