ନିଗମବୋଧ ଘାଟରେ ହେବ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର
1 min read
ଆଓରି-ନୂଆଦିଲ୍ଲୀ(୨୫/୦୮) : ପରଲୋକ ଗମନ କରିଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ରବିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ ହେବ। ଅପରାହ୍ନରେ ବିଜେପି ମୁଖ୍ୟାଳୟରୁ ଜେଟଲୀଙ୍କ ପାର୍ଥିବଶରୀର ଶେଷଯାତ୍ରାରେ ବାହାରିବ। ସେଠାରୁ ଯମୁନା ନଦୀର ନିଗମବୋଧ ଘାଟକୁ ନିଆଯାଇ ସତ୍କାର କରାଯିବ।
କୈଳାସ କଲୋନୀସ୍ଥିତ ଜେଟଲୀଙ୍କ ବାସଭବନରେ ତାଙ୍କ ମରଶରୀରକୁ ରଖାଯାଇଥିବାବେଳେ ପୂର୍ବାହ୍ନରେ ବହୁ ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ଏବଂ ରାଜନେତା ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଏହାପରେ ପାର୍ଥିବ ଶରୀରକୁ ଦୀନଦୟାଲ ଉପାଧ୍ୟାୟମାର୍ଗ ସ୍ଥିତ ବିଜେପି ମୁଖ୍ୟାଳୟକୁ ଅଣାଯିବ। ସେଠାରେ ଜନସାଧାରଣ, ବୁଦ୍ଧିଜୀବୀ ଏବଂ ନେତାମାନଙ୍କ ଲାଗି ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ମରଶରୀରକୁ ଶୋଭାଯାତ୍ରାରେ ନିଗମବୋଧ ଘାଟକୁ ନିଆଯାଇ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।