ରାଜନୀତି

କେଉଁଠୁ ଲଢ଼ିବେ ମୋଦି?

ଆ.ଓ.ରି(ତା୨୬|୫)-ଆସନ୍ତା ନିର୍ବାଚନରେ କେଉଁଠୁ ଲଢ଼ିବେ ମୋଦି? ପୁରୀ ନା ଅନ୍ୟ କେଉଁଠୁ…ବର୍ତ୍ତମାନ ସୁଦ୍ଧା ତାହା କିଛି ବି ସ୍ପଷ୍ଟ ଜଣାପଡ଼ିନି। ତେବେ ଏହା ଭିତରେ ମୋଦି ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି।

ମୋଦି କେଉଁଠୁ ନିର୍ବାଚନ ଲଢ଼ିବେ ସେନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ।

ବର୍ତ୍ତମାନ ଯାଏ ସାଧାରଣ ନିର୍ବାଚନରେ କିଏ କେଉଁଠୁ ପ୍ରାର୍ଥୀ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନି। ପ୍ରଧାନମନ୍ତ୍ରୀ ଦେଶ ତମାମ ସବୁ ଆଡ଼େ ବୁଲୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଲଢ଼ିବା ଚର୍ଚ୍ଚା ହେଉଛି। ତେବେ ପ୍ରଧାନମନ୍ତ୍ରୀ କେଉଁଠୁ ଲଢ଼ିବେ, କିଛି ସ୍ଥିର ହୋଇନି’ ବୋଲି କହିଛନ୍ତି ଶାହ।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ନିର୍ବାଚନ ଲଢ଼ିବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button