ରାଜ୍ୟ

ସରକାରୀ ବିଦ୍ୟାଳୟ ମାନଙ୍କରେ ମିଳିବ ଜୋତା ଓ ଡ୍ରେସ୍

ଆଓରି-ଭୁବନେଶ୍ଵର(୧୯/୦୯) : ଏଣିକି ସରକାରୀ ସ୍କୁଲରେ ପଢୁଥିବା ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ମିଳିବ ଜୋତା ଓ ଡ୍ରେସ୍ ।  ସବୁ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା ରକ୍ଷା କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି  ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି  । ଗଣଶିକ୍ଷା ମନ୍ତ୍ରୀ ଏଥିପାଇଁ ଏକ ବଡ ନିଷ୍ପତି ନେଇଛନ୍ତି । ଏହି ନୂଆ ନିଷ୍ପତି ଅନୁସାରେ ଏଣିକି ସବୁ ସରକାରୀ ସ୍କୁଲ ପିଲାଙ୍କୁ ଜୋତା, ଡ୍ରେସ ଓ ପରିଚୟ ପତ୍ର ମିଳିବ । ପୂର୍ବରୁ କେବଳ ବିପିଏଲ୍‌ କାର୍ଡଧାରୀ ପିଲାଙ୍କୁ ଡ୍ରେସ୍‌ ମିଳୁଥିଲା । ଏବେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଅଭିଭାବକମାନେ ଆକୃଷ୍ଠ ହେଉଥିବାରୁ ସେମାନଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷାକକୁ ନେଇ ରହୁଥିବା ଅସମାନତାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ସରକାରଙ୍କର ଏହି ନିଷ୍ପତ୍ତିକୁ କିଛି ଲୋକ ସ୍ୱାଗତ କରିଥିବା ବେଳେ ଆଉ କିଛି ଭିନ୍ନ ମତ ପ୍ରକାଶ କରିଛନ୍ତ । ଡ୍ରେସ କୋଡ ମ୍ୟାଚ୍ କରୁନଥିବାରୁ କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା, ସରକାର କେବେ ଛାତ୍ରଛାତ୍ରୀମାନଙ୍କୁ ଡ୍ରେସ ଏବଂ ଚପଲ ଦେଉଛନ୍ତି ଏବଂ କେବେ ଏହି ଯୋଜନା ବାସ୍ତବରେ ରୂପାୟନ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button