ଜାତୀୟ

୭ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ ; ଫାଶୀ ଖୁଣ୍ଟରେ ଝୁଲିଲେ ୪ ସୈତାନ

ଆଓରି-ନୂଆଦିଲ୍ଲୀ(୨୦/୦୩) : ଦୀର୍ଘ ୭ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଫାଶୀ ଖୁଣ୍ଟରେ ଝୁଲିଲେ ୪ ସୈତାନ । ଦୋଷୀ ପବନ, ଅକ୍ଷୟ, ମୁକେଶ ଏବଂ ବିନୟଙ୍କୁ ଦିଆଗଲା ଫାଶୀ । ପ୍ରଥମଥର ପାଇଁ ଏକାସାଙ୍ଗରେ ଝୁଲିଲେ ୪ଦୋଷୀ । ତିହାର ଜେଲରେ ୪ ଜଣ ଦୋଷୀଙ୍କୁ ଫାଶୀରେ ଝୁଲାଇଲେ ଜହ୍ଲାଦ ପବନ । ନିର୍ଦ୍ଧାରିତ ସମୟ ୫ ଟା ୩୦ ମିନିଟରେ ଫାଶୀ ଦିଆଯାଇଥିଲା । ଫାଶୀ ପରେ ୪ଦୋଷୀ ମୃତ ବୋଲି ସ୍ପଷ୍ଟ କଲେ ଜେଲ୍‌ କତୃପକ୍ଷ ।

୭ବର୍ଷର ଲୋମଟାଙ୍କୁରା ଗଣଦୁଷ୍କର୍ମ ଘଟଣାରେ ଯବନିକା ପଡିଛି । ୨୦୧୨ ଡିସେମ୍ବର ୧୬ରାତିରେ ଚଳନ୍ତା ବସରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ବସରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ ୪ ଦୋଷୀ । ଚିକିତ୍ସାଧୀନ ଅବସ୍ଥାରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା। ୨୩ବର୍ଷୀୟ ପାରାମେଡିକାଲ ଛାତ୍ରୀଙ୍କୁ ହୋଇଥିଲା ଗଣଦୁଷ୍କର୍ମ । ଫାଶୀ ଖୁଣ୍ଟରେ ୩୦ମିନିଟ ଝୁଲିବା ପରେ ୪ଜଣଙ୍କୁ ମୃତ ଘୋଷଣା କରି ପ୍ରମାଣପତ୍ର ଦେଇଥିଲେ ଡାକ୍ତର । ସେପଟେ ୪ ଦୋଷୀ ଫାଶୀରେ ଝୁଲିବା ପରେ ନିର୍ଭୟା ମାଙ୍କ ପ୍ରତିକ୍ରିୟା ରଖିଥିଲେ ।

ଡେରି ହେଲେ ବି ମୋ ଝିଅକୁ ନ୍ୟାୟ ମିଳିଛି’ ବୋଲି କହିଛନ୍ତି ଆଶାଦେବୀ । ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ନ୍ୟାୟିକ ବ୍ୟବସ୍ଥାକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅନ୍ୟପଟେ ୭ବର୍ଷ ପରେ ନ୍ୟାୟ ମିଳିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ବାପା । ‘ଅନ୍ୟ ଦୁଷ୍କର୍ମକାରୀ ଏହାଦ୍ୱାରା ଉଚିତ ଶିକ୍ଷା ପାଇବେ’ । ‘କେତେ ଦୌଡିଛି, ଶେଷରେ ନ୍ୟାୟ ମିଳିଛି’ ବୋଲି କହିଛନ୍ତି ନିର୍ଭୟାଙ୍କ ବାପା ।

Related Articles

Leave a Reply

Your email address will not be published. Required fields are marked *

Back to top button