ଖେଳ

ବିଶ୍ୱ କପ୍‌ ମହିଳା ହକି ଦଳରେ ୪ ଓଡ଼ିଆ ଖେଳାଳି

ଆଓରି-ନୂଆଦିଲ୍ଲୀ(୨୯/୬) :  ଆସନ୍ତା ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏ ଇଂଲଣ୍ଡରେ ମହିଳା ବଶ୍ୱ କପ୍‌ ହକି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍‌ଟରେ ଭାଗନେବାକୁ ଯାଉଥିବା ୧୮ ଜଣିଆ ଭାରତୀୟ ମହିଳା ହକି ଦଳର ନାମ ଆଜି ଘୋଷଣା କରାଯାଇଛି। ଦଳର ନେତୃତ୍ୱ ପରଓ୍ଵାର୍ଡ ଖେଳାଳୀ ରାଣୀ ରାମପାଲ ନେଉଥିବା ବେଳେ ଏହି ସ୍କ୍ଵାଡ୍‌ରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।
ଆଜି ଘୋଷଣା ହୋଇଥିବା ଭାରତୀୟ ହକି ଟିମ୍‌ରେ ଭରସା ଯୋଗ୍ୟ ମହିଳା ଡିଫେଣ୍ଡର ସୁନୀତା ଲାକ୍ରା ଓ ଦୀପଗ୍ରେସ ଏକ୍କା ସ୍ଥାନ ପାଇଥିିବା ବେଳେ ମିଡ ଫିଲ୍‌ଡର ନମିତା ଟପ୍ପୋ, ଲିଳିମା ମିଞ୍ଜ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି। ଭାରତ ବିଶ୍ୱକପ୍‌ର ପୁଲ ବି ରେ ଇଂଲଣ୍ଡ, ଆମେରିକା ଓ ଆୟାରଲ୍ୟାଣ୍ଡ ସହିତ ସ୍ଥାନ ପାଇଛି।
ଭାରତୀୟ ଦଳ: ଗୋଲ କିପର- ସବିତା, ରଜନୀ,
ଡିଫେଣ୍ଡର – ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା, ଦୀପିକା, ଗୁରଜିତ କୌର, ରୀନା ଖୋଖର,
ମିଡ ଫିଲଡ୍‌ର- ନମତା ଟପ୍ପୋ, ଲିଳିମା ମିଞ୍ଜ, ମୋନିକା, ନେହା ଗୋୟଲ, ନଭଜ୍ୟୋତ କୌର, ନିକି ପ୍ରଧାନ.
ଫରଓ୍ଵାର୍ଡ- ଅଧିନାୟିକା ରାଣୀ ରାମପାଲ,ବନ୍ଦନା କଟରିଆ, ନବନୀତ କୌର, ଲାଲରେମ୍‌ସିଆମି ଓ ଉଦିତା।

Related Articles

Leave a Reply

Your email address will not be published. Required fields are marked *

Back to top button