ଜାତୀୟ

ଛତିଶଗଡ଼ରେ ଯବାନଙ୍କ ଗୁଳିରେ ୪ ନକ୍ସଲ ମୃତ

ଆଓରି-ନୂଆଦିଲ୍ଲୀ(୦୬/୦୭) : ଯବାନଙ୍କ ଗୁଳିରେ ଚାରି ନକ୍ସଲ ମୃତ । ଛତିଶଗଡର ମେଚକା ଥାନାଞ୍ଚଳରେ ଧମତରୀ ଜିଲ୍ଲାରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟେରେ ଏହି ଗୁଳି ବନିମୟ ବର୍ତ୍ତମାନ ସୁଦ୍ଧା ଜାରିରହିଛି । ଏହାରି ଭିତରେ ୪ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

ନିହତ ହୋଇଥିବା ନକ୍ସଲଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ତିନି ଜଣ ମହିଳା ନକ୍ସଲ ରହିଥିବା ଖବର ମିଳିଛି । ସୂଚନା ମୁତାବକ, ଜଙ୍ଗଲରେ କିଛି ନକ୍ସଲ ଲୁଚି ରହଥିବାର ଖବର ଯବାନଙ୍କୁ ମିଳିଥିଲା । ଏହାପରେ କମ୍ବିଂ ଅପେରସନ ଜାରି ରହିଥିଲା । ତେବେ ଯବାନଙ୍କ ଉପରକୁ ନକ୍ସଲ ପ୍ରଥମେ ଗୁଳିଚାଳନା କରିଥିଲେ । ଯବାନ ଏହାର ପାଲଟା ଆକ୍ରମଣ କରିଥିଲେ । ଯେଉଁଥିରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ୪ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହା ଏକ ବଡ ଧରଣର ଅପେରସନ୍ ବୋଲି ପୋଲିସ୍ ଡିଆଇଜି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button