ବିଜେପିର ପ୍ରତିଷ୍ଠା ଦିବସ
1 min read
ଆଜିର ଓଡିଶା (ତା୪|୪)– ବିଜେପି ତାର ୩୮ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି | ବୁଧବାର ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ପ୍ରତିଷ୍ଠା ଦିବସ ତଥା ପ୍ରଚାର ଅଭିଯାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ନୀତିନ ଗଡକରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ମହାରାଷ୍ଟ୍ର ରାଜ୍ୟ ବିଜେପି ସଭାପତି ରାଓସାହେବ ଦାନଭେ ପାଟିଲ ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ। ପାଟିଲଙ୍କ କହିବା ଅନୁଯାୟୀ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ ଓ ତାମିଲନାଡୁରୁ ୩ଲକ୍ଷର ଅଧିକ କର୍ମୀ ଯୋଗଦେବେ। ଏହି କାର୍ଯ୍ୟକ୍ରମ କ’ଣ ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଚାର ଆରମ୍ଭ କି ପ୍ରଶ୍ନ ଉତ୍ତରରେ ପାଟିଲ କହିଛନ୍ତି ଯେ ହଁ; ଏହା ଦଳର ପ୍ରଚାର ଅଭିଯାନ ଆରମ୍ଭ।