ରାଜନୀତି

ବିଜେପିରେ ଯୋଗ ଦେଲେ ପୂର୍ବତନ ଏସ୍‌ପି ଭାରତୀ ଘୋଷ

ଆଓରି-ଭୁବନେଶ୍ଵର(୦୫/୦୨) : କୋଲକାତାରେ ଚାଲିଛି ହାଇ ଡ୍ରାମା । ଠିକ୍‌ ଏହି ସମୟରେ ପଶ୍ଚିମ ମେଦିନୀପୁରର ପୂର୍ବତନ ଏସ୍‌ପି ଭାରତୀ ଘୋଷ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ବିଜେପି ନେତା କୈଲାସ ବିଜୟଭର୍ଗିୟା ଓ ମୁକୁଲ ରୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଭାରତୀ । ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ଭାରତୀ । ଦୁଇ ଦିନ ତଳେ ସେ ଆଇପିଏସ୍‌ ପଦରୁ ଇସ୍ତଫା ଦେଇଥିଲେ। ସେ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଏବଂ ୨୦୧୪ ମସିହା ଅଗଷ୍ଟ ୧୫ରେ ପୋଲିସ ମେଡାଲ ପାଇଥିଲେ । କିନ୍ତୁ ବିଜେପିରେ ସାମିଲ ହେବା ପରେ  କୋଲକାତାରେ ଏଭଳି ପରିସ୍ଥିତି ପାଇଁ ମମତାଙ୍କ ଉପରେ ଖୁବ ବର୍ଷିଛନ୍ତି ଭାରତୀ ଘୋଷ ।

Related Articles

Leave a Reply

Your email address will not be published. Required fields are marked *

Back to top button