ଜାତୀୟରାଜ୍ୟ

ପୁରୀ ମହୋଦଧିରେ ବିସର୍ଜନ ହେଲା ବାଜପେୟୀଙ୍କ ଚିତାଭସ୍ମ

ଆଓରି-ଭୁବନେଶ୍ଵର(୨୩/୮) : ମହାନ ଜନନାୟକ ତଥା ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ଗୁରୁବାର ଅପରାହ୍ନରେ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି। ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ମହୋଦଧିରେ ବିଲୀନ ହୋଇଛି ବାଜପେୟୀଙ୍କ ଚିତାଭସ୍ମ। ବୁଧବାର ସନ୍ଧ୍ୟାରେ ଅଟଳଙ୍କ ଅସ୍ଥିକଳସ ଭୁବନେଶ୍ୱରଠାରେ ପହଞ୍ଚିଥିଲା। ପୂର୍ବାହ୍ନରେ ଭୁବନେଶ୍ୱରଠାରୁ ଏକ ପଟୁଆରରେ ଏହାକୁ ପୁରୀ ଅଣାଯାଇଥିଲା। ପିପିଲି, ସତ୍ୟବାଦୀ ଆଦି ରାସ୍ତାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅସ୍ଥିକଳସ ଅଠରନଳାରେ ପହଞ୍ଚିବା ପରେ ସେଠାରୁ ଏକ ପଦଯାତ୍ରା ବାହାରିଥିଲା। ପରେ ଏହା ମେଡିକାଲ ଛକ ନିକଟରେ ପହଞ୍ଚିବା ପରେ ଭାଜପାର ବରିଷ୍ଠ ନେତା, କର୍ମୀ ଓ ଜନସାଧାରଣ ପଦଯାତ୍ରାରେ ସାମିଲ ହୋଇଥିଲେ। ଅସ୍ଥିକଳସ ପଦଯାତ୍ରାରେ ଆସି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା  ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା କରାଯାଇଥିଲା। ସେଠାରୁ ଦୋଳମଣ୍ଡପ ସାହି ଦେଇ ଶୋଭାଯାତ୍ରା ସମୁଦ୍ରକୂଳ ଦିଗବାରିଣି ଛକ ନିକଟରେ ରହିଥିଲା। ସେଠାରେ ଅସ୍ଥିକଳସ ରଖାଯାଇ ବୈଦିକ ରିତିରେ ସଂସ୍କାର କରାଯିବା ପରେ ମହୋଦଧିରେ ବିସର୍ଜନ କରାଯାଇଥିଲା। ଦିଗବାରେଣୀ ଛକ ନିକଟରେ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏହାକୁ ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଭାଜପା ବିଧାୟକ ଦଳର ନେତା କେ.ବି.ସିଂହଦେଓ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓ ସୁରମା ପାଢ଼ୀ ପ୍ରମୁଖ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button