ରାଜନୀତି

ଖୁବ୍‌ଶୀଘ୍ର ପ୍ରକାଶ ଧରିବେ ପଦ୍ମ, କଟକ ଲୋକସଭା ଆସନରୁ ଲଢିପାରନ୍ତି

ଆଓରି-ଭୁବନେଶ୍ଵର(୨୪/୦୩) : ନିର୍ବାଚନ ମଇଦାନକୁ ଓହ୍ଲାଇବେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଏମିତିକି ବିଜେପି ଟିକଟରୁ କଟକ ଲୋକସଭା ଆସନ ପାଇଁ ଲଢିବେ ବୋଲି କୁହାଯାଉଛି । ପ୍ରକାଶ ମିଶ୍ର ବିଜେପିରେ ସାମିଲ ହେବା ନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା । ଏବେ ସେହି ଚର୍ଚ୍ଚାର ଅନ୍ତଃ ଘଟିବାକୁ ଯାଉଛି । ଚର୍ଚ୍ଚା ଏବେ ସତ୍ୟରେ ପ୍ରମାଣିତ ହେବାକୁ ଯାଉଥିବା ବେଳେ ପ୍ରକାଶ ମିଶ୍ର ଖୁବ୍‌ ଶୀଘ୍ର ପଦ୍ମ ଧରିବେ ବୋଲି ଜଣାପଡ଼ିଛି ।

କୁହାଯାଉଛି ପ୍ରକାଶ ମିଶ୍ର ପୋଲିସ ଡିଜି ରହିଥିବା ବେଳେ ରାଜ୍ୟ ସରକାରଙ୍କ ସହ ତାଙ୍କର ଛତିଶ କା ଆଙ୍କଡ଼ା ରହିଥିଲା । ରାଜ୍ୟ ସରକାରଙ୍କ ଏକ ମିଛ ପିଟିସନ୍‌ ଯୋଗୁଁ ପ୍ରକାଶଙ୍କ ଚାକିରି କ୍ଷେତ୍ରରେ ବିଭିନ୍ନ ଅନିୟମିତତା ହୋଇଥିଲା । ତେବେ ପ୍ରକାଶ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ କ’ଣ ରହିବ ରାଜନୈତିକ ସ୍ଥିତି ତାହା ଦେଖିବା ପାଇଁ ଏବେ ସମସ୍ତେ ଅପେକ୍ଷାରତ ।

Related Articles

Leave a Reply

Your email address will not be published. Required fields are marked *

Back to top button