March 22, 2023

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସିରଫଙ୍କ ଝିଅ ମରିୟମ ନୱାଜ ଗିରଫ

1 min read
Maryam-Nawaz-arrested-Aajira-Odisha

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୦୮/୦୮) : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସିରଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ (ନୱାଜ) ନେତ୍ରୀ ମରିୟମ ନୱାଜଙ୍କୁ ନ୍ୟାଶନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ଏନଏବି) ଗୁରୁବାର ଗିରଫ କରିଛି। ମରିୟମଙ୍କୁ ଚୌଧୁରୀ ଚିନି କାରଖାନା ମାମଲାରେ ଗିରଫ କରାଯାଇଛି। ଲାହୋରେ ଜେଲରେ ବନ୍ଦୀ ଥିବା ନିଜ ବାପା ନୱାଜଙ୍କୁ ଭେଟିବାକୁ ଯାଇଥିବାବେଳେ ମରିୟମଙ୍କୁ ଏନଏବି ଗିରଫ କରିଛି। ମରିୟମଙ୍କୁ ଗୁରୁବାର ଦିନ ୩ଟା ସୁଦ୍ଧା ଏନଏବି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ନପହଞ୍ଚିବାରୁ ତାଙ୍କୁ ଗିରଫ କରି ଏନଏବି ମୁଖ୍ୟାଳୟକୁ ନିଆଯାଇଛି ।

ସୂଚନା ଅନୁଯାୟୀ ମରିୟମଙ୍କୁ ଚୌଧୁରୀ ଚିନି କାରଖାନା ନେଇ ଏକ ପ୍ରଶ୍ନାବଳୀ ଦିଆଯାଇଥିଲା। ଗୁରୁବାର ଦିନ ୩ଟା ସୁଦ୍ଧା ଏନଏବି ମୁଖ୍ୟାଳୟରେ ପହଞ୍ଚି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କୁ କୁହାଯାଇଥିଲା। ପୂର୍ବରୁ ଥରେ ହାଜର ହୋଇନଥିବାରୁ ଏନଏବି ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲା। ଏହା ପୂର୍ବରୁ ଜୁଲାଇ ୩୧ରେ ମରିୟମ ଏନଏବି ମୁଖ୍ୟାଳୟରେ ହାଜର ହୋଇ ନିଜ ବୟାନ ଦେଇଥିଲେ। ଏହି ଚିନି କାରଖାନାରେ ମରିୟମଙ୍କ ସବୁଠୁ ଅଧିକ ସେୟାର ରହିଛି। ବେଆଇନ ଅର୍ଥ କାରବା ପାଇଁ ନୱାଜଙ୍କ ପରିବାର ଲୋକେ ଚୌଧୁରୀ ଚିନି କାରଖାନାର ବ୍ୟବହାର କରିଥିବା ଅଭିଯୋଗ ରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.