April 19, 2024

ବିଜେଡିରେ ଯୋଗ ଦେଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ

1 min read

ଆଓରି(ତା୧୯|୪)-  ବିଜେଡିରେ  ମୁମ୍ବାଇରେ ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳ ପାଇଁ ଅରୂପ ଅମୂଲ୍ୟ ସମ୍ପଦ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।  ସୁଯୋଗ ମିଳିଲେ ନିର୍ବାଚନ ଲଢିବେ ଓ ଲୋକଙ୍କର ସେବା  କରିବେ ବୋଲି ଏହି ଅବସରରେ ଅରୂପ ପଟ୍ଟନାୟକ କହିଛନ୍ତି ।

ଅରୂପ ପଟ୍ଟନାୟକ ୧୯୭୯ ବ୍ୟାଚର ଆଇପିଏସ୍‌ ଅଧିକାରୀ । ସେ ମୁମ୍ବାଇରେ କାମ କରିବା ସମୟରେ ଦାଉଦ ଇବ୍ରାହୀମ ସହ ବଡ ବଡ ଅଣ୍ଡର ଓ୍ୱାର୍ଲ୍ଡ ଡନଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରିଥିଲେ । ଅରୂପ  ପଟ୍ଟନାୟକ୨୦୧୧ ମସିହା ମାର୍ଚ୍ଚ ମାସରେ ମୁମ୍ବାଇର ପୁଲିସ କମିଶନର ଦାୟିତ୍ୱ ଗ୍ରହଣ କରିଥିଲେ ।  ୨୦୧୫ ମସିହାରେ ସେ ଅବସର ଗ୍ରହଣ କରିଥିଲେ । ୧୯୯୩ ମସିହା ମୁମ୍ବାଇ ବୋମା ବିସ୍ପୋରଣର ତଦନ୍ତ ଅରୂପ ପଟ୍ଟନାୟକ କରିଥିଲେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.