ବିଜେଡ଼ି ତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ କେ ନାରାୟଣ ରାଓ
1 min read
ଆଓରି-ଭୁବନେଶ୍ଵର(୨୦/୦୩) : ବିଜେପିରେ ସାମିଲ ହେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ । ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏମାନଙ୍କ ଯୋଗଦାନ ଓଡିଶା ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବ। ଫିର୍ ଏକ୍ ବାର୍ ମୋଦି ସରକାରର ଆହ୍ୱାନକୁ ବାସ୍ତବିକ ଭାବେ ପରିଣତ କରିବାରେ ସମସ୍ତଙ୍କ ଭୂମିକା ଅତୁଟ ରହିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ନିଜର ଶହ ଶହ ସମର୍ଥକଙ୍କ ସହିତ ନାରାୟଣ ଦଳରେ ମିଶିଥିଲେ । ସେ ବିଜେପି ପକ୍ଷରୁ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।