May 19, 2024

ବିଜେପିରେ ସାମିଲ ହେଲେ କନ୍ଧମାଳ ପୂର୍ବତନ ବିଜେଡ଼ି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ

1 min read
Pratusha-Rajeswari-Joined-BJP-Aajira-Odisha

ଆଓରି-ଭୁବନେଶ୍ଵର(୨୩/୦୪) : ଆଜି ବିଜେପିରେ ସାମିଲ ହୋଇଛନ୍ତି ପ୍ରତ୍ୟୁଷା । କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଗତକିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ ଟିକଟ ନପାଇବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ । ତେବେ ଆଜି ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓଙ୍କ ଘରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି । ତେବେ ଦଳ ତାଙ୍କୁ କନ୍ଧମାଳ ସାଂସଦ ପ୍ରାର୍ଥୀ କରିପାରେ ବୋଲି ଶୁଣିବାକୁ ମିଳୁଛି ।

ଗତ ୨୦ ତାରିଖରେ ପ୍ରତ୍ୟୁଷା ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ଉପରେ ବର୍ଷିଥିଲେ । ଏପରିକି ଅରୁଣ ତାଙ୍କୁ ହଇରାଣ କରୁଥିବା ସେ କହିଥିଲେ । ତେବେ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ଏବଂ ଏନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ସୂଚନା ଦେଇଥିଲେ ।

ତେବେ ସମସ୍ତ କଳ୍ପନାର ଅନ୍ତ ଘଟାଇ ଆଜି ବିଜେପିରେ ସାମିଲ ହୋଇଛନ୍ତି ପ୍ରତ୍ୟୁଷା । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.