ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବରେ ନିୟୋଜିତ ହେଲେ ପୂର୍ବତନ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲୀ
1 min read
ଆଓରି-ନୂଆଦିଲ୍ଲୀ(୨୩/୧୦) : ଆଜିଠୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲୀ ସମ୍ଭାଳିଲେ ବିସିସିଆଇର ୩୯ତମ ଅଧ୍ୟକ୍ଷ ପଦ । ମୁମ୍ବାଇାରେ ବୋର୍ଡର ହେର୍ଡକ୍ଟାର୍ଟରରେ ବୁଧବାର ଦିନ ସକାଳ ୧୧ଟାରେ ଦାଦାଙ୍କୁ ବୋର୍ଡର ଦାୟିତ୍ୱ ଅର୍ପଣ କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଜୟ ଶାହା ଓ ସିଓଏ ମୁଖ୍ୟ ବିନୋଦ ରାୟ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।
ଏହି ପଦରେ ଗାଙ୍ଗୁଲି ୧୦ମାସ ରହିବେ । ପାଖାପାଖି ୩୦ମାସର ଲମ୍ବା ଦୁରତା ପରେ ବିସିସିଆଇକୁ ଅଧ୍ୟକ୍ଷ ମିଳିଛି । ତେବେ ଗାଙ୍ଗୁଲିଙ୍କ ବ୍ୟତିତ ବୋର୍ଡର ଅନ୍ୟ ସଦସ୍ୟ ମଧ୍ୟ ନିଜ ନିଜ ପଦ ସମ୍ଭଳିବେ । ଏମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ପୁଅ ଜୟ ଶାହ (ଗଜୁରାଟ) ସଚିବ, ଉତ୍ତରାଖଣ୍ଡର ମହିମା ବର୍ମା ଉପାଧ୍ୟକ୍ଷ, ବିସିସିଆଇର ପୂର୍ବ ଅଧ୍ୟକ୍ଷ ଓ କେନ୍ଦ୍ରୀୟ ବିତ୍ତ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଛୋଟ ଭାଇ ଅରୁଣ ଧୁମଲ (ହିମାଚଳ ପ୍ରଦୋଶ)ର କୋଷାଧ୍ୟକ୍ଷ ଏବଂ ଜୟେଶ ଜର୍ଜ (କେରଳ)ର ସଂଯୁକ୍ତ ସଚିବ ହେବେ ।