ରାଜନୀତି

ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଲେ ଅପରାଜିତା ଷଡ଼ଙ୍ଗୀ

ଆଓରି-ନୂଆଦିଲ୍ଲୀ(୨୭/୧୧) : ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଫିସର ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ପୂର୍ବାହ୍ନ ୯.୩୦ରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଳୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ହୋଇଥିବା ଏହି ମିଳନ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

ଜଣେ ଦକ୍ଷ ଓ ସଚ୍ଚୋଟ ଆଇଏଏସ୍‍ ଅଫିସର ରୂପେ ଜଣାଶୁଣା ଅପରାଜିତା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପରେ ତାଙ୍କର ରାଜନୀତିରେ ମିଶିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସେ ବିଜେଡି କିମ୍ବା ବିଜେପିରେ ମିଶିବେ ତାହା ସ୍ପଷ୍ଟ କରିନଥିଲେ। ତେଣୁ ତାଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି।

ଜିଲାପାଳ, ବିଏମ୍‍ସି କମିଶନର ଓ ସଚିବ ଭାବେ ଜଣେ ଦକ୍ଷ, ନିର୍ଭୀକ ଓ ସଂସ୍କାରବାଦୀ ଅଧିକାରୀଭାବେ ଅପରାଜିତା ବେଶ ଜଣାଣୁଣା। ବିଶେଷକରି ବିଏମ୍‍ସି କମିଶନର ଥିବା ବେଳେ ଅପରାଜିତାଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ସେ ବିଭିନ୍ନ ମହଲରେ ପ୍ରଂଶସାଭାଜନ ହୋଇପାରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାରୁ କେନ୍ଦ୍ରୀୟ ଡେପୁଟେସନ୍‍କୁ ଯାଇଥିଲେ। ଡେପୁଟେସନ୍‍ ଅବଧି ସମାପ୍ତ ହେବା ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ଆସନ୍ତା କାଲି ସେ ଓଡ଼ିଶା ଫେରୁଥିବା ସୂଚନା ମିଳିଛି।

Image Source By ANI

Related Articles

Leave a Reply

Your email address will not be published. Required fields are marked *

Back to top button