March 27, 2023

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବରଗଡ଼ ପୂର୍ବତନ ବିଧାୟକ ସାଧୁ ନେପାକ

1 min read
Sadhu-Nepak-Resigned-Today-Aajira-Odisha

ଆଓରି-ଭୁବନେଶ୍ଵର(୧୯/୦୩) : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା କଂଗ୍ରେସ ପ୍ରାର୍ଥୀ ତାଳିକା। ଏହି ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ସେହିପରି ଆଗାମୀ ଦିନରେ କୌଣସି ଦଳରେ ଯୋଗଦେବା ତାଙ୍କ ଯୋଜନା ନାହିଁ। ଜନସାଧାରଣ, ନିଜ କର୍ମୀ ଓ ସମର୍ଥକମାନେ ଯାହା ନିଷ୍ପତ୍ତି ନେବେ ତାକୁ ପାଥେୟକରି ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ନେପାକ କହିଛନ୍ତି।

ନେପାକ ୨୦୦୪ ସାଧାରଣ ନିର୍ବାଚନରେ ପ୍ରଥମେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେତେବେଳେ ତତ୍କାଳୀନ ବିଜେଡି ପ୍ରାର୍ଥୀ ସ୍ଵର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କଠାରୁ ହାରିଥିଲେ। ୨୦୦୯ ନିର୍ବାଚନରେ ନେପାକ ସ୍ଵର୍ଗତ ଆଚାର୍ଯ୍ୟଙ୍କୁ ହରାଇଥିଲେ। ସେହିପରି ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ଵର୍ଗତ ଆଚାର୍ଯ୍ୟଙ୍କ ପୁଅ ଦେବେଶଙ୍କଠାରୁ ପରାଜିତ ହୋଇଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିବ ବୋଲି ନେପାକ ଓ ତାଙ୍କ ସମର୍ଥକମାନେ ମନରେ ଆଶା ବାନ୍ଧିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.