March 24, 2023

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲାଲ୍ ଗୌରଙ୍କର ପରଲୋକ

1 min read
Babulal-Gaur-Passed-away-aajira-odisha

ଆଓରି-ନୂଆଦିଲ୍ଲୀ(୨୧/୦୮) : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲାଲ୍ ଗୌରଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭୋପାଲ ସ୍ଥିତ ନର୍ମଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଅଗଷ୍ଟ ୭ରେ ନର୍ମଦା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ବାବୁଲାଲଙ୍କର ଉଚ୍ଚ ରକ୍ତ ଚାପ ରହିଥିବାବେଳେ କିଡନୀ ଠିକ୍ ଭାବେ କାମ କରୁନଥିଲା ବୋଲି ଜଣାପଡ଼ିଛି। ସେ ୧୪ ଦିନ ହେବ ନର୍ମଦା ହସ୍ପିଟାଲରେ ଭେଣ୍ଟିଲେଟରରେ ରହିବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ବାବୁଲାଲଙ୍କ ବିୟୋଗରେ ମଧ୍ୟପ୍ରଦେଶ ବିଜେପି ସଭାପତି ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.