ରାଜନୀତି

ବିଜେଡି ଓ କଂଗ୍ରେସକୁ ସମାଲୋଚନା କଲେ ଶିବରାଜ ସିଂ ଚୌହ୍ଵାନ

ଆଓରି-ଭୁବନେଶ୍ଵର(୧୧/୦୮) : ସଭ୍ୟ ସଂଗ୍ରହ ଅଭିଯାନରେ ଓଡିଶା ଆସିଥିବା ମଧ୍ୟପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହ୍ଵାନ ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି । ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଗାନ୍ଧୀଙ୍କ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ପଦ ଗ୍ରହଣକୁ ସମାଲୋଚନା କରି ଶିବରାଜ କହିଛନ୍ତି ବାରମ୍ବାର ପରାଜୟ ସତ୍ତ୍ୱେ କଂଗ୍ରେସ ଶିକ୍ଷା ଲାଭ କରିବାର ନାମ ଧରୁନାହିଁ । ସେ ଆହୁରି କହିଛନ୍ତି କଂଗ୍ରେସ କେବଳ ପରିବାରବାଦ ରାଜନୀତି ଉପରେ ନିର୍ଭର କରୁଛି । ସେ ରାଜ୍ୟ ବିଜେଡି ସରକରଙ୍କୁ ମଧ୍ୟ ସମାଲୋଚନା କରି ଆୟୁଷ୍ମାନ ଯୋଜନା ପରିବର୍ତ୍ତେ କାଳିଆ ଯୋଜନାର ଯଥାର୍ଥତା ନେଇ ପ୍ରଶ୍ନ କରିଛନ୍ତି ।

ଶନିବାର ଶିବରାଜ ଧଉଳିରେ ନିଜ ସଦସ୍ୟ ପଦକୁ ଗ୍ରହଣ କରିବା ପରେ କେନ୍ଦ୍ରର ବିଜେପି ସରକାରଙ୍କ ଗୁଣଗାନ କରିଛନ୍ତି । ତିନି ତଲାକ୍ ପରି ଐତିହାସିକ ବିଲ୍ ପାସ କରି ବିଜେପି ଜନତାଙ୍କର ଅଧିକ ନିକଟତର ହୋଇ ପାରିଛି ବୋଲି ସେ କହିଛନ୍ତି । ଏହି ଅବସରରେ ରାଜ୍ୟ ସରକାର ଶ୍ଵେତପତ୍ର ଜରିଆରେ ରାଜ୍ୟ ଚାଷୀ ତାଲିକା ପ୍ରକାଶ ପାରିବାକୁ ସେ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button