March 25, 2023

ଆତ୍ମହତ୍ୟା କଲେ ପୂର୍ବତନ ବାଚସ୍ପତି ତଥା ଟିଡିପି ବରିଷ୍ଠ ନେତା କୋଡେଲା କୋଡେଲା ଶିବ ପ୍ରସାଦ ରାଓ

1 min read
former-andhra-pradesh-speaker-kodela-siva-prasada-rao-Aajira-Odisha

ଆଓରି-ନୂଆଦିଲ୍ଲୀ(୧୬/୦୯) : ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲୁଗ ଦେଶମ ପାର୍ଟି (ଟିଡିପି)ର ବରିଷ୍ଠ ନେତା କୋଡେଲା ଶିବ ପ୍ରସାଦ ରାଓ ନିଜ ହାଇଦରବାଦସ୍ଥିତ ବାସଭବନରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ତାଙ୍କୁ ଉଦ୍ଧାର କରାଯାଇ ବସାଭଟକରମ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିନେତାରୁ ରାଜନେତା ହୋଇଥିବା ବଲାକୃଷ୍ଣଙ୍କ ସହ ମିଶି କୋଡେଲା ବସାଭଟକରମ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ତାଙ୍କ ଦେହାନ୍ତରେ ରାଜ୍ୟ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ୨୦୧୪ରେ ଆନ୍ଧ୍ରପ୍ରଦେଶରୁ ତେଲଙ୍ଗାନା ଅଲଗା ହେବା ସମୟରେ କୋଡେଲା ବିଧାନସଭାର ବାଚସ୍ପତି ଥିଲେ। ସେ ନାରସୋରାଓପେଟରୁ ୫ ଥର ଓ ଗୋଟିଏ ଥର ସତେନାପଲ୍ଲୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ଗୃହ ମନ୍ତ୍ରୀ ଏବଂ ପଞ୍ଚାୟତରାଜ ମନ୍ତ୍ରୀର କାର୍ଯ୍ୟଭାର ତୁଲାଇ ଥିଲେ। ୧୯୮୩ରେ ସେ ଟିଡିପିରେ ଯୋଗଦେଇଥିଲେ। ତାଙ୍କର ୨ ଜଣ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ରାଓ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଗୁଣ୍ଟୁର ମେଡିକାଲ କଲେଜରୁ ପାଠ ପଢି ସେ ଡାକ୍ତର ହୋଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.