June 4, 2023

ଭୁବନେଶ୍ୱରରୁ ରାୟପୁରକୁ ଉଡ଼ିଲା ବିମାନ

1 min read

ଆଓରି-ଭୁବନେଶ୍ୱର(୨୨/୬):  ଭୁବନେଶ୍ୱରରୁ ରାୟପୁର ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଆଜି ସକାଳେ ‘ଏୟାର ଓଡ଼ିଶା’ର୧୮ ସିଟ୍‍ ବିଶିଷ୍ଟ ଏକ ବିମାନ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ବିମାନରେ ଦୁଇ ଜଣ ପାଇଲଟ୍‍ ଓ ଜଣେ କର୍ମଚାରୀ ରହିବାର ବ୍ୟବସ୍ଥା ଅଛି। ଆଜି ୯ ଜଣ ଯାତ୍ରୀଙ୍କୁ ନେଇ ସକାଳ ୬ଟା ୧୦ମିନିଟ୍‍ରେ ଏୟାର ଓଡ଼ିଶା ବିମାନ ଯାତ୍ରାରମ୍ଭ କରିଥିଲା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ବିମାନ ସେବାର ଉଦ୍‍ଘାଟନ କରିଥିଲେ। ରବିବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବ। ରାୟପୁରରେ ୭ଟା ୪୦ରେ ପହଞ୍ଚି ସେଠାରୁ ପୁଣି ଅପରାହ୍ଣ ୧୨ଟା ୧୫ରେ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୧ଟା ୪୫ରେ ପହଞ୍ଚିବ। ଯାତ୍ରୀ ପିଛା ଟିକେଟ୍‍ ମୂଲ୍ୟ ୪,୪୯୯ ଟଙ୍କା ରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.