May 19, 2024

ଝାରସୁଗୁଡା ଏୟାରପୋର୍ଟରୁ କୋଲକତା ଆଉ ଗୋଟିଏ ବେଙ୍ଗାଲୁରୁକୁ ଆଉ ଦୁଇଟି ବିମାନ

1 min read
Jharsuguda-Airport-Aajira-Odisha

ଆଓରି-ଭୁବନେଶ୍ଵର(୧୧/୦୯) : ଝାରସୁଗୁଡା ଏୟାରପୋର୍ଟରୁ ଉଡିବ ଆଉ ଦୁଇଟି ବିମାନ । ଗୋଟିଏ କୋଲକତା ଆଉ ଗୋଟିଏ ବେଙ୍ଗାଲୁରୁକୁ ଉଡ଼ିବାର ଯୋଜନା କରାଯାଇଛି । ଏବେ ଝାରସୁଗୁଡା ବିମାନ ବନ୍ଦରରୁ ୫ଟି ସ୍ଥାନକୁ ବିମାନ ଉଡାଣ ହେଉଛି । ରାଉରକେଲା, ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରାଯାଇଛି । ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୫୫କୋଟି ଟଙ୍କାର ଟେଣ୍ଡର ସରିଛି । ମୌଳିକ ଭିତ୍ତିଭୂମି କାମ ସରିବା ପରେ ସେଠାରୁ ବିମାନ ଚଳାଚଳ ଆରମ୍ଭ କରିବ। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.