ରାଜ୍ୟ

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ବିମାନ ସେବା ଆରମ୍ଭ

ଆଓରି-ଭୁବନେଶ୍ଵର(୨୭/୭) : ଭୁବନେଶ୍ୱରରୁ ଗୁଜୁରାଟର ଅହମ୍ମଦାବାଦକୁ ଆସନ୍ତା ସେପ୍ଟେମ୍ବର ୨ତାରିଖରୁ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ଏହି ରୁଟ୍‌ରେ ପ୍ରଥମ କରି ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନ ୬ଇ-୯୫୩ ସକାଳ ୮ଟା ୫୫ରେ ଅହମ୍ମଦାବାଦରୁ ଭୁବନେଶ୍ୱର ଅଭିମୁଖେ ବାହାରି ଭୁବନେଶ୍ୱରରେ ପୂର୍ବାହ୍ନ ୧୧ଟା ୨୦ରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ବିମାନ ୬ଇ-୯୫୪ ପୂର୍ବାହ୍ନ ୧୧ଟା ୫୦ରେ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ କରି ସେଠାରେ ଅପରାହ୍ନ ୨ଟା ୧୦ରେ ପହଞ୍ଚିବ।

ଇଣ୍ଡିଗୋ ଏହାସହ ଭୁବନେଶ୍ୱରରୁ ଆଉ ଏକ ବିମାନ ହାଇଦ୍ରାବାଦକୁ ଉଡ଼ାଣ କରିବ। ସେପ୍ଟେମ୍ବର ୧ରୁ ବିମାନ ୬ଇ-୬୫୨ ହାଇଦ୍ରାବାଦରୁ ପୂର୍ବାହ୍ନ ୧୦ଟା ୫୫ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୧୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏଠାରୁ ବିମାନ ୬ଇ-୬୫୭ ଅପରାହ୍ନ ୧ଟାରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୩୫ରେ ହାଇଦ୍ରାବାଦରେ ପହଞ୍ଚିବ। ଏବେ ହାଇଦ୍ରାବାଦକୁ ଦିନକୁ ୫ଟି ବିମାନ ଯାତାୟତ କରୁଥିବାବେଳେ ଏଥିରୁ ତିନିଟି ଇଣ୍ଡିଗୋର। ହାଇଦ୍ରାବାଦକୁ ନୂଆ ବିମାନ ସେବା ଆରମ୍ଭ ହେଲେ ଇଣ୍ଡିଗୋ ବିମାନ ସଂଖ୍ୟା ୪ରେ ପହଞ୍ଚିବ।

Related Articles

Leave a Reply

Your email address will not be published. Required fields are marked *

Back to top button