ବାଣିଜ୍ୟ

ଫେବ୍ରୁଆରିରୁ ଝାରସୁଗୁଡ଼ା ବିମାନବନ୍ଦର ସେବା ଆରମ୍ଭ

ଭୁବନେଶ୍ୱର : ଭାରତ ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନୁସାରେ ବିମାନ ସେବା ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରୁ ଆରମ୍ଭ ହେବା ପାଇଁ ଝାରସୁଗୁଡ଼ା ବିମାନବନ୍ଦର ପୂରା ପ୍ରସ୍ତୁତ। ପ୍ରଥମେ ଏଠାରୁ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏହା ସହ ଝାରସୁଗୁଡ଼ାରୁ ରାୟପୁର ଏବଂ ଜଗଦଲପୁରକୁ ବି ଉଡ଼ାଣ ଆରମ୍ଭ ହେବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେହିପରି ରାଉରକେଲା ବିମାନବନ୍ଦରରୁ ଆସନ୍ତା ଜାନୁଆରି ୨୩ରୁ କୋଲକତା ବିମାନ ଉଡ଼ାଣ ଆରମ୍ଭ ହେବ। ଭୁବନେଶ୍ୱରରୁ ଉତକେଲା, ଉତକେଲା-ରାୟପୁର, ଭୁବନେଶ୍ୱର-ଜୟପୁର, ଭୁବନେଶ୍ୱର-ଝାରସୁଗୁଡ଼ା, ଝାରସୁଗୁଡ଼ା-ରାଞ୍ଚି, ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଉଡ଼ାଣ ଯୋଜନାରେ ବିମାନ ସେବା ଆରମ୍ଭ ହେବ। ଏହି ବିମାନ ଭଡ଼ା ୨,୫୦୦ଟଙ୍କା ରହିବ।
ଆଜିର ବୈଠକରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନା, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ପୁଲିସ ଆଇଜି ସନ୍ତୋଷ ବାଲା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button