ଆଜି ଝାରସୁଗୁଡାରୁ ଭୁବନେଶ୍ଵର ଏବଂ ରାୟପୁରକୁ ଉଡିବ ବିମାନ
1 min read
ଆଓରି-ଭୁବନେଶ୍ଵର(୦୫/୦୬) : ଆଜି ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ୱର ଓ ରାୟପୁରକୁ ଉଡ଼ିବ ବିମାନ । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ।
ସୂଚନାନୁସାରେ, ଆଲିଏନ୍ସ ଏୟାର ପକ୍ଷରୁ ATR-72 ବିମାନ ଚଳାଚଳ କରିବ । ମାର୍ଚ୍ଚ ୩୧ରୁ ଉଡ଼ାଣ ଯୋଜନା-୩ରେ ସ୍ପାଇସ୍ ଜେଟ୍ ଝାରସୁଗୁଡ଼ା ବିମାନବନ୍ଦରରୁ ତିନୋଟି ପ୍ରମୁଖ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଯୋଗାଉଛି । ତେବେ ଆଜିଠୁ ଭୁବନେଶ୍ୱର ଓ ରାୟପୁରକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ଏଥିପାଇଁ ଝାରସୁଗୁଡ଼ାବାସୀ ଏହାକୁ ସ୍ୱାଗତ କରିଛନ୍ତି ।