ଜାତୀୟ

ଭୁବନେଶ୍ଵର-ପୁରୀ ସ୍ପେଶାଲ ମେମୁ ରେଳ ଧ୍ଵଜାନ୍ଵିତ କଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୭/୭): ଭୁବନେଶ୍ଵର ନୂତନ ଷ୍ଟେସନ ରୁ ଭୁବନେଶ୍ଵର-ପୁରୀ ସ୍ପେଶାଲ ମେମୁ ରେଳର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଉଦ୍ଦଘାଟିତ ହୋଇଯାଇଛି | ବୀନା ଟିକେଟରେ ଯାତ୍ରା ନକରି ନିୟମାନୁସାରେ ଟିକେଟ ସହିତ ଯାତ୍ରା କରିବା ପାଇଁ ଶ୍ରୀ ପ୍ରଧାନ ଲୋକମାନଙ୍କୁ ସଚେତନ କରିଛନ୍ତି |

୧-୬ନଂ ପ୍ଲାଟଫର୍ମକୁ ଯୋଗ କରୁଥିବା ୬ମିଟର ପ୍ରସସ୍ଥ ବିଶିଷ୍ଟ ଓଭରବ୍ରିଜ ର ଉଦ୍ଦଘାଟନ ମଧ୍ୟ କରିଛନ୍ତି | ରଥଯାତ୍ରା ରେ ହେଉଥିବା ଜନଗହଳି କୁ ଆଖିଆଗରେ ରଖି ଏହି କାର୍ଯ୍ୟ ଅତିଶୀଘ୍ର ତଥା ୧୫୦ଦିନ ମଧ୍ୟରେ ସମାପ୍ତ ହୋଇଯାଇଛି | ଭୁବନେଶ୍ଵର ନୂତନ ରେଳଷ୍ଟେସନ ୭ଟି ପ୍ଲାଟଫର୍ମ ଦ୍ଵାରା ସଂଯୁକ୍ତ ହୋଇଛି | ଯାତ୍ରୀମାନଙ୍କର ସର୍ବତ୍ର ସୁବିଧାକୁ ଆଖିଆଗରେ ରଖି ଏହି କାର୍ଯ୍ୟ ସମ୍ପାଦିତ ହୋଇଛି |

ଏହି କାର୍ଯ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି | ୨୦୦୯ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରେଳ ପରିଯୋଜନା ପାଇଁ ମାତ୍ର  ୪୧୯୦ କୋଟି ଖର୍ଚ ହୋଇଥିବା ବେଳେ  ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଓଡିଶାର ବିକାଶ ପାଇଁ ପ୍ରାୟତଃ ୨୦୨୧୩ କୋଟି ଖର୍ଚ ହୋଇସାରିଲାଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button