March 31, 2023

ରିଲିଜ ହେଲା ‘ମିଶନ ମଙ୍ଗଳ’ର ପ୍ରଥମ ଟିଜର୍

1 min read

ଆଓରି-ନୂଆଦିଲ୍ଲୀ(୦୯/୦୭) : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ର ପ୍ରଥମ ଟିଜର୍‍ ମଙ୍ଗଳବାର ରିଲିଜ୍‍ ହୋଇଛି। ୪୫ ସେକେଣ୍ଡର ଏହି ଟିଜରରେ ସମସ୍ତ କଳାକାରଙ୍କ ସମେତ ଚଳଚ୍ଚିତ୍ରର ବିଷୟବସ୍ତୁ ମଧ୍ୟ ଦେଖିବାକୁ ମିଳିଛି। ଭାରତ ମଙ୍ଗଳ ଗ୍ରହକୁ ପ୍ରଥମ ଯାନ ପ୍ରେରଣ କରିବା କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ହୋଇଛି। ଚଳଚ୍ଚିତ୍ରରେ ଅକ୍ଷୟ ବୈଜ୍ଞାନିକ ରାକେଶ ଧାୱନ ଭୂମିକାରେ ଅବତୀର୍ଣ୍ଣ। ଟିଜରରେ ରାକେଶ ଏହି ମିଶନ ପାଇଁ ତାଙ୍କ ସମ୍ପୂର୍ଣ୍ଣ ଟିମ୍‍କୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି। ଅକ୍ଷୟଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବିଦ୍ୟା ବାଲନ୍‍, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ଶରମନ ଜୋଶୀ, କୀର୍ତ୍ତି କୁହ୍ଲାରୀ, ନିତ୍ୟା ମେନନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଜଗନ ଶକ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟରେ ମୁକ୍ତିଲାଭ କରିବ। https://www.youtube.com/watch?v=SPZJFnym8Q0

Leave a Reply

Your email address will not be published.

Copyright © All rights reserved. | Newsphere by AF themes.