ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ହେଲେ ଓଡିଆ ସୁପୂତ୍ର ମୃତ୍ୟୁଞ୍ଜୟ ମହାପାତ୍ର
1 min read
ଆଓରି-ଭୁବନେଶ୍ଵର(୦୬/୦୫) : ଓଡ଼ିଶାର ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ । ଅଗଷ୍ଟ ୧ରୁ ଦାୟିତ୍ୱ ଗ୍ରହଣ କରିବେ । ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକର ଦାୟିତ୍ୱ ପାଇଛନ୍ତି । ଏବେ ସେ IMD ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ପାଇଁ ଏହା ଏକ ଗୌରବର ଖବର । ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ଼ ଦାୟିତ୍ଵ ।