May 18, 2024

ରିଲିଜ ହେଲା ଫିଲ୍ମ ମଣିକର୍ଣ୍ଣିକାର ଟ୍ରେଲର

1 min read

ଆଓରି-ନୂଆଦିଲ୍ଲୀ(୧୮/୧୨) : କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକାର ଟ୍ରେଲର ଆଜି ରିଲିଜ ହେବ । ଦୀର୍ଘଦିନରୁ ଦର୍ଶକ ଏହାର ଟ୍ରେଲର ରିଲିଜକୁ ଅପେକ୍ଷା କରିଥିଲେ । ତେବେ ଟ୍ରେଲର ପୂର୍ବରୁ ରିଲିଜ୍ ହେଇଛି ଏହାର ଆଉ ଏକ ପୋଷ୍ଟର । ମଣିକର୍ଣ୍ଣିକା ଜାନୁୟାରୀ ୨୫ରେ ରିଲିଜ୍ ହେବ । ମଣିକର୍ଣ୍ଣିକା ସହ ହ୍ରିତିକଙ୍କ ଅଭିତୀନ ସୁପର ୩୦ ଓ ଇମ୍ରାନ ହାସମୀଙ୍କ ଚିଟ୍ ଇଣ୍ଡିଆ ରିଲିଜ୍ ହେବ । ମଣିକର୍ଣ୍ଣିକାରେ ଅଙ୍କିତା ଲୋଖଣ୍ଡେ ମଧ୍ୟ ଅଛନ୍ତି । ଉତ୍ତରାଧିକାରୀ ତଥା ତାଙ୍କ ପୁଅ ତାଙ୍କ କୋଳରେ ବସିଛି ।

ସେ ଝିଲକାରୀ ବାଈ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ନିର୍ମାଣରେ ପ୍ରାୟ ୨ବର୍ଷ ସମୟ ଲାଗିଥିବା ବେଳେ ଏହା ଏକ ହାଇ ବଜେଟ୍ ଫିଲ୍ମ । ଏହା କଙ୍ଗନାଙ୍କର ମଧ୍ୟ ବିଗ୍ ବଜେଟ ଫିଲ୍ମ । ତେବେ ଫିଲ୍ମକୁ ନେଇ ବହୁ ବାଦବିବାଦ ଆସିଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.