April 19, 2024

ଓଡିଶା ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ଅଗ୍ନିଶମ କର୍ମଚାରୀ ସଂଘ

1 min read

ଆଓରି-ଭୁବନେଶ୍ଵର(୦୭/୦୩) : ଆନ୍ଦୋଳନକୁ ଓହ୍ଲାଇବେ ଅଗ୍ନିଶମ କର୍ମଚାରୀ । ପ୍ରତିଶ୍ରୁତି ଦେଇ ସରକାର ପୂରଣ ନକରିଥିବାରୁ ଆନ୍ଦୋଳନର ପନ୍ଥା ଆପଣାଇବେ ସଂଘ କହିଛି । ରାଜ୍ୟ ସରକାର ଯଦି ସେମାନଙ୍କ ଦାବି ପୁରଣ ନକରନ୍ତି ତେବେ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ପ୍ରାୟ ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ସେପ୍ଟେମ୍ବର ୨୭ରେ ସମାନ କାମକୁ ସମାନ ଦରମା ଓ ଭତ୍ତା ଦେବା ପାଇଁ ପାଇଁ ସରକାରଙ୍କ ସହ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆଲୋଚନା କରିଥିଲେ । ସରକାର ସେମାନଙ୍କ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପ୍ରତିଶ୍ରୁତି କେବଳ କଥାରେ ହିଁ ରହିଯାଇଛି । ପ୍ରତିଶ୍ରୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ପୂରଣ କରିନାହାନ୍ତି । କର୍ମଚାରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ କୌଣସି ପ୍ରକାର ପଦକ୍ଷେପ ବି ନେଇନଥିବା ଅଗ୍ନିଶମ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ୫ ମାସ ହେଲା ଏହା କାର୍ଯ୍ୟକାରୀ ହୋଇ ନଥିବା ଯୋଗୁ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଗ୍ନିଶମ କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛି । ସମାନ କାମ ପାଇଁ ସମାନ ଦରମା ଓ ଭତ୍ତା ପ୍ରଦାନ ସହିତ ଠିକା ନିଯୁକ୍ତି ବନ୍ଦ କରିବାକୁ କର୍ମଚାରୀ ସଂଘ ଦାବି କରିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.