ଜେଟ୍ଲୀଙ୍କର ବୃକ୍କ ପ୍ରତିରୋପଣ ହେବାର ସମ୍ଭାବନା ଅଛି
1 min read
ଆଜିର ଓଡିଶା (ତା୬|୪)- ବୃକ୍କ ପ୍ରତିରୋପଣ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କର ଅସ୍ତ୍ରୋପଚାର କରାଯାଇ ପାରେ। ଗତକାଲି ଅପରାହ୍ଣରେ ଜେଟ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନକୁ ଯାଇଥିଲେ। ଯଦି ବୃକ୍କ ପ୍ରତିରୋପଣ କରିବା ଆବଶ୍ୟକ ହୁଏ, ତେବେ ସେ ସଂକ୍ରାନ୍ତରେ ଡୋନର୍ କିଡ୍ନୀ ପାଇଁ ଆବଶ୍ୟକ ଔପଚାରିକତା ସେ ଚୂଡ଼ାନ୍ତ କରିଛନ୍ତି।
ଜେଟ୍ଲୀ ଟୁଇଟ୍ କରି କହିଛନ୍ତି: କୌଣସି ସଂକ୍ରମଣରେ ଆକ୍ରାନ୍ତ ହୋଇ ବୃକ୍କ ଜନିତ ସମସ୍ୟା ଉପୁଜିବାରୁ ମୁଁ ଚିକିତ୍ସିତ ହେଉଛି। ମୋ ଚିକିତ୍ସାର ଧାରା ମୋତେ ଚିକିତ୍ସା କରୁଥିବା ଡାକ୍ତରମାନେ ସ୍ଥିର କରିବେ। ଏମ୍ସ୍ କର୍ତ୍ତୃପକ୍ଷମାନେ ଆନୁଷ୍ଠାନିକ ଭାବେ ରୋଗ ନିଦାନ ବିଷୟରେ କିଂବା ଭବିଷ୍ୟତର ଚିକିତ୍ସା ପଦ୍ଧତି ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ଦେବାକୁ ଅଗ୍ରାହ୍ୟ କରି ଦେଇଛନ୍ତି। କିନ୍ତୁ ସମ୍ଭାବ୍ୟ ବୃକ୍କ ପ୍ରତିରୋପଣ ସକାଶ ପ୍ରସ୍ତୁତି ପାଇଁ ସେ ଆସିଥିଲେ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି|ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଗତ କିଛି ଦିନ ହେବ ଜେଟ୍ଲି ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଅଫିସ୍ ନ ଯିବାକୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ସେ ଗତ ସପ୍ତାହେ ହେବ ନିଜ ଆବାସିକ କାର୍ଯ୍ୟାଳୟରୁ ଫାଇଲ୍ ଦସ୍ତଖତ କରି ପଠାଉଛନ୍ତି।